Explore

Search
Close this search box.

Search

April 28, 2025 4:40 am

ରାଜ୍ୟରେ ବଢ଼ିବନି ବିଦ୍ୟୁତ୍ ଦର , ପ୍ରେସ ମିଟ ରେ ଘୋଷଣା କଲା ଓଇଆରସି (OERC) ।

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆସିଲା ଖୁସି ଖବର । ରାଜ୍ୟରେ ବଢ଼ିବନି ବିଦ୍ୟୁତ ଦର । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବା ନେଇ ପ୍ରେସମିଟ୍‌ରେ ଓଇଆରସି (OERC) ପକ୍ଷରୁ ଘୋଷଣା କରାଯାଇଛି ।

ସାଧାରଣ ଗ୍ରାହକଙ୍କ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ ଦର । ଏଥିସହ ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରାଯାଇଛି । ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼ କରିଛି ନିଗମ । ପୂର୍ବରୁ ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ତାହା ଆଉ ପଡ଼ିବନାହିଁ । ଏବେ ସେହି ଖର୍ଚ୍ଚ ସରକାର ବହନ କରିବେ । ଏନେଇ ସରକାର ୭୦୦ ରୁ ୮୦୦ କୋଟି ଟଙ୍କାର ଆର୍ଥିକ ବୋଝ ସହିବେ ।

ସେହିଭଳି ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରହିଛି । ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ ବୋଲି ଘୋଷଣା କରାଯାଇଛି । ଯେଉଁ ମାନେ ଇ-ବିଲ ଦେଉଛନ୍ତି ସେମାନଙ୍କୁ ବିଲ ପିଛା ୧୦ ଟଙ୍କା ଛାଡ କରାଯାଇଛି । ଅଗ୍ରୀମ ବିଲ ପ୍ରଦାନ କରିଥିବା ଉପଭୋକ୍ତା ଓ ଅନଲାଇନରେ ବିଲ ପ୍ରଦାନ କରୁଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ଲେଖାଁଏ ବିଲରୁ ଛାଡ କରାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer