Explore

Search
Close this search box.

Search

April 28, 2025 11:34 am

ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିଶାମୁକ୍ତ ଭାରତ ଅଭିଯାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ଦେବଗଡ ଜ଼ିଲ୍ଲା ପ୍ରଶାସନ ଏବଂ ଆବୋଲିଟି ଫାଉଣ୍ଡେସନ ଭୁବନେଶ୍ୱର ପକ୍ଷରୁ ଆଜି ନୂତନ ମୁଖ୍ୟ କୃଷି ଅଧିକାରୀ ଙ୍କ ସମ୍ମିଳନୀ କକ୍ଷ ଠାରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ନିଶାମୁକ୍ତ ଭାରତ ଅଭିଯାନ ସ୍ବେଚ୍ଛାସେବୀ ମାନଙ୍କ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ର ସରକାରଙ୍କ ଉଦ୍ୟମ ଓଡିଶା ସରକାର ଙ୍କ ଦ୍ୱାରା ଦେବଗଡ ଜ଼ିଲ୍ଲାକୁ ନିଶାମୁକ୍ତ କରିବା ପାଇଁ “ନିଶାମୁକ୍ତ ଭାରତ ଅଭିଯାନ” ଏକ ପ୍ରୟାସ ବୋଲି ଜ଼ିଲ୍ଲାପାଳ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବଗଡ ପୌରପରିଷଦ ଓ ରିଆମାଳ, ବାରକୋଟ ଓ ତିଲେଇବଣି ଆଦି ତିନୋଟି ବ୍ଲକରୁ ୪୦ ଜଣ ସ୍ବେଚ୍ଛାସେବୀ ଙ୍କୁ ନିଶା ନିବାରଣ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ସ୍ବେଚ୍ଛାସେବୀ ମାନେ ନିଶା ନିବାରଣ ପାଇଁ ଅବୈତନିକ ସେବା ମାଧ୍ୟମରେ ନିଜର ପଞ୍ଚାୟତ ଓ ଗ୍ରାମର ଲୋକ ମାନଙ୍କୁ ନିଶାରୁ ମୁକ୍ତି ପାଇବା ପାଇଁ ସଚେତନ କରାଇବେ । ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ରୁ ଆସିଥିବା ମ୍ୟାନେଜିଙ୍ଗ ଟ୍ରଷ୍ଟି ଆବିଲିଟି ଫାଉଣ୍ଡେସନର ଡ଼. ଅଜୟ ଦାସ ଓ ପୁନର୍ବାସ ଅଧିକାରୀ ଏସ ଏସ ଇ ପି ଡି, ରାଜ୍ୟ ସରକାର ଡ଼. ସୁବ୍ରତ ଦାସ ଜ଼ିଲ୍ଲାର ୪୦ ଜଣ ସ୍ବେଚ୍ଛାସେବୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

କାର୍ଯ୍ୟକ୍ରମ ରେ ଉପ-ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ତିନି ବ୍ଲକ ଓ ପୌରପରିଷଦ ରୁ ଆସିଥିବା ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer