ଦେବଗଡ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ ଙ୍କ ତତ୍ୱାବଧାନ ରେ ଆୟୋଜିତ ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାରେ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା କିଭଳି ରୋକାଯାଇ ପାରିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ବିଲୁଙ୍ଗ ଜ଼ିଲ୍ଲାରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ଅନେକ ସତର୍କତା ମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଜିଲ୍ଲାର ବିଭିନ୍ନ ବ୍ୟସ୍ତବହୁଳ ରାଜପଥରେ ସଡକ ଦୁର୍ଘଟଣା ରୋକିବା ପାଇଁ ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଚେକିଂ କରିବା ସହିତ ଟ୍ରାଫିକ ନିୟମ ପାଳନ କରିବା ଉପରେ ଆଲୋଚନା କରାଯାଇଥିଲା। ମଦ୍ୟପାନ ଓ ନିଶାଦ୍ରବ୍ୟ ସେବନ କରି ଯାନବାହାନ ଚଳାଉଥିବା ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଏଠାରେ ନିଷ୍ପତ୍ତି ନିଆଯାଇଥିଲା ।
ଏହି ବୈଠକରେ ଡ଼ିଏସପି ପବିତ୍ର କିସାନ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଧନଞ୍ଜୟ ମହାନ୍ତ, ମୋଟର ଯାନ ନିରୀକ୍ଷକ ଶ୍ରୀବତ୍ସ ଦଳେଇ, ଯୋଗାଣ ଅଧିକାରୀ କେଦାର ନାଥ ନାଏକ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା ଉପରେ ନିଜନିଜ ମତବ୍ୟକ୍ତ କରିଥିଲେ ।
