ଏଣିକି ସ୍କୁଲରେ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ । ସରକାରଙ୍କ ପିଏମ ପୋଷଣ ଯୋଜନାରେ ସାମିଲ ହେଲା ମାଣ୍ଡିଆ ଲଡୁ । ଏନେଇ ଘୋଷଣା କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।
ପିଏମ ପୋଷଣ ଯୋଜନା ଅନୁସାରେ ସରକାରୀ ସ୍କୁଲ ପିଲାଙ୍କୁ ମାଣ୍ଡିଆ ଲଡୁ ଯୋଗାଇବାକୁ ଘୋଷଣା କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାଙ୍କୁ ଏଥର ମିଳିବ ମାଣ୍ଡିଆ ଲଡୁ । ଆଜି (୧ ଏପ୍ରିଲ ୨୦୨୫) ଠାରୁ ଏହି ଯୋଜନା ସ୍କୁଲରେ କାର୍ଯ୍ୟକାରୀ ହେବାକୁ ଯାଉଛି । ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ସକାଳୁଆ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ତିନୋଟି ଲେଖାଏଁ ଲଡୁ ପ୍ରଦାନ କରାଯିବ । ମାଣ୍ଡିଆ, ରାଶି, ବାଦାମ ଓ ଗୁଡରୁ ପ୍ରସ୍ତୁତ ଏହି ଲଡୁ ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ ସରକାରୀ ସ୍କୁଲରେ ପ୍ରଦାନ କରାଯିବ । ଏହି ଲଡୁର ଦାମ ଗୋଟାକୁ ୩ ଟଙ୍କା ୫୦ ପଇସା ମୂଲ୍ୟରେ ଧାର୍ଯ୍ୟ କରାଯାଇଛି ।
ଏହି ପୁଷ୍ଟିକର ଲଡୁରେ ଭରପୁର ଏନର୍ଜି,ଫାଇବର, ଆଇରନ ଓ ଗୁଡ୍ ଫ୍ୟାଟ୍ ରହିଛି । ଏହା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବେସ୍ ଉପଯୋଗୀ ହେବ ବୋଲି ଆଶା କରାଜାଉଛି ।
