Explore

Search
Close this search box.

Search

April 28, 2025 4:17 am

ସରକାର ଲଞ୍ଚ କଲେ (Aadhaar Authentication App) ଆଧାର ଅଥେଣ୍ଟିକେସନ୍ ଆପ୍ । ଡାଟା ପ୍ରାଇଭେସି କୁ ସୁରକ୍ଷିତ ରଖିବା ପାଇଁ ସରକାର ନେଲେ ଏଭଳି ପଦକ୍ଷେପ ।

କୌଣସି କାର୍ଯ୍ୟପାଇଁ ସାଙ୍ଗରେ ଆଉ ନେବାକୁ ପଡ଼ିବନି ଅରିଜିନାଲ ଆଧାର କାର୍ଡ କିମ୍ବା ଫଟୋ କପି । ସରକାର ଲଞ୍ଚ କଲେ (Aadhaar Authentication App) ଆଧାର ଅଥେଣ୍ଟିକେସନ୍ ଆପ୍ । ଡାଟା ପ୍ରାଇଭେସି କୁ ସୁରକ୍ଷିତ ରଖିବା ପାଇଁ ସରକାର ନେଲେ ଏଭଳି ପଦକ୍ଷେପ ।

ଏଣିକି ଆଉ ବିମାନବନ୍ଦର, ହୋଟେଲ ବା କୌଣସି ସରକାରୀ କାର୍ଯ୍ୟାଳୟରେ ଅରିଜିନାଲ ଆଧାର କାର୍ଡ କିମ୍ବା ଏହାର ଫଟୋ କପି ଦେଖାଇବାକୁ ପଡ଼ିବ ନାହିଁ । ସରକାର ଏହି ପ୍ରକ୍ରିୟାକୁ ସହଜ କରିବା ଲାଗି ଏକ ନୂଆ ଆଧାର ଆପ୍‌ (Aadhaar Authentication App) ଲଞ୍ଚ କରିଛନ୍ତି । ଏହାର ଲକ୍ଷ ହେଉଛି ଡାଟା ପ୍ରାଇଭେସିକୁ ସୁରକ୍ଷିତ ରଖିବା ଓ ଭେରିଫିକେସନ ପ୍ରକ୍ରିୟାକୁ ସରଳ କରିବା ।
କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ଦିନ ଏହି ନୂଆ ଆଧାର ଆପ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିଲାଗି ସେ ନିଜର X ଆକାଉଣ୍ଟରେ ଏକ ଡେମୋ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏଥିରେ ଆଧାର ଆପ୍‌ କିପରି କାମ କରିବ, ତାହା ସ୍ପଷ୍ଟ ଭାବେ ଦର୍ଶାଯାଇଛି । ନୂଆ ଆଧାର ଆପ୍‌ UPI ପରି ସରଳ ଓ ୟୁଜର ଫ୍ରେଣ୍ଡଲି ରହିବ ।

କିପରି କାମ କରିବ ଏହି ଆପ୍ ?

ଯେଉଁଠି ଆପଣଙ୍କର ପରିଚୟ ଆବଶ୍ୟକ ଥିବ, ସେଠି ଏକ QR କୋଡ୍ ରହିବ । ଏହି QR କୋଡ୍‌ରେ ଆପଣଙ୍କ ଆପ୍‌ରେ ସ୍କାନ୍ କରିବାକୁ ପଡ଼ିବ। ଏହାପରେ ଆପ୍‌ ଟି ଆପେ ଆପେ ବ୍ୟକ୍ତିଙ୍କର ମୋବାଇଲ୍‌ର ସେଲ୍‌ଫି କ୍ୟାମେରା ଅନ୍ କରି ବ୍ୟକ୍ତିଙ୍କ ସେଲ୍‌ଫୀ ନେବ ଓ ଏହାକୁ UIDAI ଡାଟା ସହିତ ମେଳାଇବ। ଯେତିକି ଡାଟା ଦରକାର ଆପ୍ କେବଳ ସେତିକି ଡାଟା ହିଁ ଦେବ। ଫଳରେ ବ୍ୟକ୍ତିଙ୍କ ପ୍ରାଇଭେସି ସୁରକ୍ଷିତ ରହିବ।

ଏହି ଆପ୍ ର ଲାଭ କଣ ?

1.ବ୍ୟକ୍ତିଙ୍କର ଡାଟା ଗୋପନୀୟତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବ ଏହି ଆପ୍ । ଏହି ଆପରେ କେବଳ ଆବଶ୍ୟକୀୟ ସୂଚନା ହିଁ ସେୟାର କରାଯିବ।
2.କୌଣସି ଅଫିସ୍ କିମ୍ବା ଦରକାରୀ ସ୍ଥାନକୁ ଆଧାର କାର୍ଡ କିମ୍ବା ଏହାର ଫଟୋ କପି ନେବାକୁ ପଡ଼ିବନି ।
3.ଏଥିରେ କୌଣସି ପ୍ରକାର ନକଲି ଡକ୍ୟୁମେଣ୍ଟ ଦେଇ ଠକାଯାଇ ପାରିବ ନାହିଁ। ଫେସ୍ ଅଥେଣ୍ଟିକେସନରେ ସବୁ କିଛି ଧରାପଡ଼ିଯିବ।
4. ଆପଣଙ୍କ ସୂଚନା ଗୋପନୀୟ ରହିବ ଓ କୌଣସି ବ୍ୟକ୍ତିଙ୍କ ହାତରେ ପଡ଼ିବ ନାହିଁ। ଫଳରେ ସାଇବର ଠକେଇରୁ ସୁରକ୍ଷା ମିଳିବ।
5. ଡିଜିଟାଲ ଇଣ୍ଡିଆ ଆଡ଼କୁ ଏହା ଆଉ ଏକ ସଫଳ ପଦକ୍ଷେପ। ଦେଶର ସାଧାରଣ ନାଗରିକ ଟେକ୍ନୋଲୋଜୀ ସହ ଆଉଟିକେ ଯୋଡ଼ି ହେବ।

ଏହି ଆପ୍ ଟି ବର୍ତ୍ତମାନ ପରୀକ୍ଷଣ ମୋଡରେ ଅଛି । ଏହା ଏପର୍ଯ୍ୟନ୍ତ ଗୁଗୁଲ୍ ପ୍ଲେ ଷ୍ଟୋରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇନାହିଁ। ନକଲି ଆପ୍ସ ପ୍ରତି ସାବଧାନ ରହନ୍ତୁ । ଯଦି କେହି ଆପଣଙ୍କୁ କଲ୍ କିମ୍ବା ଲିଙ୍କ୍ ମାଧ୍ୟମରେ ଆପ୍ ଡାଉନଲୋଡ୍ କରିବାକୁ କୁହେ, ତେବେ ସତର୍କ ରୁହନ୍ତୁ। ସର୍ବଦା UIDAI ର ସରକାରୀ ସୋର୍ସରୁ ଆପ୍ ଟିକୁ ଡାଉନଲୋଡ୍ କରନ୍ତୁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer