Explore

Search
Close this search box.

Search

April 28, 2025 3:55 am

ଦେବଗଡ : ଶ୍ରୀ ଶ୍ରୀ ହନୁମାନ ମହାପ୍ରଭୁଙ୍କ ଜନ୍ମତ୍ସୋବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ପଣା ସଂକ୍ରାନ୍ତି ଦିନ ଶ୍ରୀ ଶ୍ରୀ ହନୁମାନ ମହାପ୍ରଭୁଙ୍କ ଜନ୍ମତ୍ସୋବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ଗୋପାଳଜୀ ମନ୍ଦିରରେ ବଜରଙ୍ଗ ମଣ୍ଡପ ସଭାପତି ଦିଲୀପ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ୧୯୯୫ମଃ ଠାରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବଗଡ଼ ଜିଲ୍ଲାରେ ସର୍ବ ପୁରାତନ ସ୍ଥାନୀୟ ଶ୍ରୀଶ୍ରୀ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ମଣ୍ଡପ ଅନୁଷ୍ଠାନ ଆନୁକୁଲ୍ୟରେ ପବିତ୍ର ପଣା ସଂକ୍ରାନ୍ତି ଦିନ ଶ୍ରୀଶ୍ରୀ ହନୁମାନଜୀ ଙ୍କ ଜନ୍ମ ମହୋତ୍ସବ ମହାସମାରୋହରେ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ସମସ୍ତ ଶ୍ରୀରାମ ପ୍ରେମୀ ତଥା ବଜରଙ୍ଗୀ ଭାଇ ମାନଙ୍କ ସୁବିଚାର, ମତାମତ, ଓ ନିଷ୍ପତ୍ତି ତଥା ଏବର୍ଷର ଏହି ମହୋତ୍ସବକୁ ମହାସମାରୋହରେ ପାଳନ କରିବା ନିମନ୍ତେ ତଥା ପ୍ରଚାର ପ୍ରସାର ସହିତ ବିଭିନ୍ନ କାର୍ଯ୍ଯ ସମ୍ପାଦନ ପାଇଁ ସମସ୍ତଙ୍କୁ ଦାୟିତ୍ଵ ଅର୍ପଣ କରାଗଲା ।

ଉକ୍ତ ବୈଠକରେ ସଂଯୋଜକ ଧର୍ମେନ୍ଦ୍ର ଦେବତା ଙ୍କ ସମେତ ପ୍ରଫୁଲ୍ଲ ନାୟକ, ପ୍ରଭାସ ମିଶ୍ର, ଅଶୋକ ଦେବ, ଉଦୀପ୍ତ ନାୟକ, ଡିଲେଶ୍ବର ପ୍ରଧାନ, ହରେକୃଷ୍ଣ ବେହେରା, ସୁଧିର ଦାସ, ଚିତ୍ତରଞ୍ଜନ ମହାନ୍ତି, ପ୍ରଦୀପ ଆମତ, ପ୍ରଦିପ ଛତ୍ରିଆ, ଭୋଳାନାଥ ଦାସ, ଜୟନ୍ତ ସାହୁ, ଅଜିତ ମୋଦି, ମୋତିଲାଲ ଶର୍ମା, ଶୁକଦେବ ଭଞ୍ଜ, ତୁଷାର କପରଦାର, ଭବାନୀ ରାଉତ, ଆଲୋକ ପାତ୍ର, ପ୍ରଭାତ ସାହୁ, ସରୋଜ ପାଢ଼ୀ, କ୍ଷିରୋଦ ସାହୁ, ମିଥୁନ ନାୟକ, ଓ ଜନ୍ମାଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer