Explore

Search
Close this search box.

Search

April 28, 2025 3:54 am

ଦେବଗଡ : ବାଲ ଭାରତୀ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଆଜି (୧୩/୪) ଦେବଗଡ ବାଲ ଭାରତୀ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍କୁଲ ପରିଷରରେ ଅନୁଷ୍ଠିତ ହୋଇଯାଇଛି ।

ସ୍କୁଲର ଅଧ୍ୟକ୍ଷା ସୁପ୍ରିୟା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଓ ସ୍କୁଲର ସଭାପତି ହେମନ୍ତ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ନଗରପାଳ ପ୍ରଜିତ କୁମାର ଭୋଜ, ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ଅଭିନେତା ମନୋଜ ପାଢ଼ୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ସ୍କୁଲର ଉପ ସଭାପତି ନିରଞ୍ଜନ ଦିବେଦୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି ବାର୍ଷିକ ଉତ୍ସବର ଶୁଭାରମ୍ଭ କରିଥିଲେ I

ଏହି ଅବସରରେ ଅତିଥି ମାନେ ସ୍କୁଲର ପୂର୍ବତନ ଅଧକ୍ଷା ସ୍ବର୍ଗବାସୀ ପଦ୍ମିନୀ ପଣ୍ଡାଙ୍କ ଏକ ପ୍ରତିମୂର୍ତ୍ତି ସ୍କୁଲ ପରିସରରେ ଅନାବରଣ କରିଥିଲେ I ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପିଲା ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ I ବିଦ୍ୟାଳୟର ପୂର୍ବତନ ଛାତ୍ରୀ ପରିପୂର୍ଣା ଦେବୀ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଗଲା I ସ୍କୁଲର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ ମୋହି ଥିଲେ I ପଚାଶ ଜଣ ଶିଶୁ କଳାକାରଙ୍କୁ ନେଇ ରୋମିଓ ମହାପାତ୍ରଙ୍କ ନିର୍ଦେଷିତ “ଭାରତ ଦର୍ଶନ ” ନୃତ୍ୟ ନାଟିକା ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା I

ଏହି ବାର୍ଷିକ ଉତ୍ସବକୁ ଉଦିତ ଦିବେଦୀ, ସଂଜୟ ଦେବ, ନିରୁପମା ମହାକୁଳ, ଶୁଚିସ୍ମିତା ଦେବ, ଚିତ୍ରକଳା ପ୍ରଧାନ, ରୀଶୀତI ପାଢ଼ୀ, କ୍ଷୀରୋଦ୍ରୀ ବାଗ, ଆକାଂକ୍ଷା ଦିବେଦୀ ପ୍ରମୁଖ ପରିଚାଳନା କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer