Explore

Search
Close this search box.

Search

April 28, 2025 3:19 am

ଦେବଗଡ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ ।

ଦେବଗଡ ଜିଲ୍ଲା ବିଜୁ ଜନତାଦଳ ପକ୍ଷରୁ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପ୍ରଧାନପାଟ ଜଳପ୍ରପାତ ପରିସରରେ ତିଳତର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଅଗଣିତ ବିଜୁପ୍ରେମୀ ।

ଦେବଗଡ ଜିଲ୍ଲା ବିଜେଡି ପକ୍ଷରୁ ଆଜି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଦେବଗଡ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ତିଳତର୍ପଣ କରାଯାଇଥିଲା । ପରେ ପ୍ରଧାନପାଟ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳୀ ସଭା ଏବଂ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଥିଲା । ‘ଗୋଟିଏ ମାତ୍ର ନିର୍ବାଚନ ମଣ୍ଡଳୀକୁ ନେଇ ଦେବଗଡ ଜିଲ୍ଲା ଗଠନରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ଓ ଦେବଗଡ ଜିଲ୍ଲାବାସୀଙ୍କ ପ୍ରତି ବିଜୁବାବୁଙ୍କ ଭଲପାଇବା କେହି କେବେ ଭୁଲିପାରିବେ ନାହିଁ’ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳୀ ସାମଲ, ଜିଲ୍ଲା ମହିଳା ବିଜେଡି ସଭାପତି ଅରୁଣୀ ପ୍ରଧାନ, କାମାକ୍ଷା ଗଙ୍ଗଦେବମ ବିଭୂତି ଗଙ୍ଗଦେବମ ଚନ୍ଦ୍ରଶେଖର ଭୁକ୍ତା, ମାନସ ପ୍ରଧାନ, ହିରାଲାଲ ସାହୁ, ପ୍ରତାପ ଦେବଙ୍କ ସମେତ ବିଜେଡି ଦଳର ବହୁ ନେତା, ନେତ୍ରୀ ଓ କର୍ମୀ ସାମିଲ ହୋଇଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer