Explore

Search
Close this search box.

Search

April 28, 2025 4:43 am

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେରଖି ମେ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଲେ ସରକାର ।

ରାଜ୍ୟରେ ଜାରୀରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ବୃଦ୍ଧି ପାଉଛି ତାପମାତ୍ରା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମେ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଗ୍ରୀଷ୍ମକାଳୀନ ସ୍କୁଲ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ନିଆଯିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କଲେ ରାଜସ୍ଵ ମନ୍ତ୍ରୀ । ଖରା ବଢିଲେ ଆବଶ୍ୟକ ସ୍ଥଳେ ଅଙ୍ଗନୱାଡ଼ି ଛୁଟି ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆବଶ୍ୟକ ପଡିଲେ ଜିଲ୍ଲାପାଳ ମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ପାଇଁ ମଧ୍ୟ ନିଷ୍ପତ୍ତି ନେଇପାରିବେ । ସାରା ଓଡ଼ିଶାରେ ଗ୍ରୀଷ୍ମ ପରିସ୍ଥିତି ପାଇଁ ଖୁବଶୀଘ୍ର ସମୀକ୍ଷା ହେବ । ଦିନେ ଦୁଇ ଦିନ ମଧ୍ୟରେ ଆଲୋଚନା କରାଯିବ ଏବଂ ଅଧିକ ନିର୍ଦ୍ଦେଶାବଳୀ ଜାରି କରାଯିବ । ରାଜ୍ୟ ପାଇଁ ଯେଉଁ ଏସ୍‌ଓପି ଜାରି ହୋଇଛି ତାର ବାହାରେ ଲୋକଙ୍କର ଜୀବନ ରକ୍ଷା ପାଇଁ ଜିଲ୍ଲାପାଳ ମାନେ ଯାହା ଯାହା ପଦକ୍ଷେପ ନେବାକଥା ନେଇପାରିବେ । ଆହୁରି ଅଧିକ କଟକଣା ମଧ୍ୟ ଲଗାଇ ପାରିବେ ଏବଂ ଏସ୍‌ଓପି ମଧ୍ୟ ଜାରି କରିପାରିବେ ।
ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସକାଳୁଆ ସ୍କୁଲ, କଲେଜ ଏବଂ ଅଫିସ ହୋଇଗଲାଣି । ଅଙ୍ଗନବାଡି କେନ୍ଦ୍ର ୭ରୁ ସାଢେ ୮ ଟା ପର୍ଯ୍ୟନ୍ତ ଚାଲୁଛି । ପରିବର୍ତ୍ତିତ ପରିସ୍ଥିତିରେ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହିତ ଆଲୋଚନା ହୋଇଛି । ଗଣଶିକ୍ଷା ବିଭାଗ ଅନ୍ତର୍ଗତ ସ୍କୁଲକୁ ଦିନେ ଦୁଇ ଦିନ ମଧ୍ୟରେ ବନ୍ଦ ହେବ । ଏହା ଆସନ୍ତା ମେ ମାସ ୬ ତାରିଖ ପର୍ଯ୍ୟନ୍ତ ଚିନ୍ତା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଫାଇଲ ପଠାଯିବ । ଏହା ପରେ ଗ୍ରୀଷ୍ମ କାଳୀନ ଛୁଟି ପାଇଁ ଆଦେଶ ବାହାରିବ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer