Explore

Search
Close this search box.

Search

April 28, 2025 3:56 am

ଦେବଗଡ ପୌରାଞ୍ଚଳରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ କୁ ୫୦ ପ୍ରତିଶତ ହ୍ରାସକଲା ପୌରପରିଷଦ ।

ଦେବଗଡ ପୌରବାସୀଙ୍କ ବହୁଦିନର ପ୍ରତିକ୍ଷିତ ଆଶା ପୁରାଣ ହେଲା । ଆର୍ଥିକ ବୋଝରୁ ଆଶ୍ୱସ୍ତି ପାଇଲେ ପୌରବାସୀ । ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ କୁ ୫୦ ପ୍ରତିଶତ ହ୍ରାସ କଲା ଦେବଗଡ ପୌରପରିଷଦ ।

ଦେବଗଡ଼ ପୌରାଞ୍ଚଳରେ ପୂର୍ବରୁ ବୃଦ୍ଧି ପାଇଥିବା ହୋଲଡିଂ ଟ୍ୟାକ୍ସକୁ ୫୦ପ୍ରତିଶତ ହ୍ରାସ କରିଛି ଦେବଗଡ ପୌରପରିଷଦ। ଏନେଇ ଆଜି ପ‌ୌର କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସମିଟ୍ ରେ ଭାରପାପ୍ତ ପୌରାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ସୂଚନା ଦେଇଛନ୍ତି। ଦେବଗଡ଼ ପୌରାଞ୍ଚଳ ରାଜ୍ୟର ଏକ କ୍ଷୁଦ୍ର ସହର ହୋଇଥିବା ବେଳେ ଏଠିକାର ଅଧିବାସୀଙ୍କ ଆର୍ଥିକ ସ୍ଥିତି ସ୍ଵଛଳ ନୁହେଁ। ଏଠାରେ କୌଣସି ଶିଳ୍ପ, କାରଖାନା ଖଣି ଖାଦାନ କିମ୍ବା ବଡ଼ ବ୍ୟବସାୟ ପ୍ରତିଷ୍ଠାନ ନାହିଁ। ଫଳରେ ଲୋକଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନାହିଁ । ତଥାପି ଗତ ୨୦୧୫ରେ ତତ୍କାଳୀନ ପୌର କତ୍ତୃପକ୍ଷ ପୌରାଞ୍ଚଳରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଲାଗୁ କରିଥିଲେ । ପୌର ଆଇନ ଅନୁଯାୟୀ, ବର୍ଦ୍ଧିତ ଟ୍ୟାକ୍ସ ମୂଳ ଟ୍ୟାକ୍ସର ଶତକଡା ୩୦ ପ୍ରତିଶତ ମଧ୍ୟରେ ହେବା କଥା। କିନ୍ତୁ ଏଠାକାର ବର୍ଦ୍ଧିତ ହୋଲଡିଂ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଥିଲା। ଏହି କାରଣରୁ ପୌରବାସୀ ନିର୍ଦ୍ଧାରିତ ସମୟରେ ଟ୍ୟାକ୍ସ ପୈଠ କରିବାକୁ ଅସମର୍ଥ ହୋଇଥିଲେ । ଅହେତୁକ ମାତ୍ରାରେ ବୃଦ୍ଧି ପାଇଥିବା ହୋଲଡିଂ ଟ୍ୟାକ୍ସକୁ ହ୍ରାସ କରିବାକୁ ବାରମ୍ବାର ଜନସାଧାରଣ ଦାବି କରିଆସୁଥିଲେ। ଅନ୍ୟପଟେ ହୋଲଡିଂ ଟ୍ୟାକ୍ସ ବୃଦ୍ଧି ପରଠାରୁ ଶତକଡା ୫୦ ପ୍ରତିଶତ ଠାରୁ କମ ବ୍ୟକ୍ତି ହୋଲଡିଂ ଟ୍ୟାକ୍ସ ପୈଠ କରୁଛନ୍ତି। ଏସମସ୍ତ ବିଷୟକୁ ବିଚାର କରି ବର୍ତ୍ତମାନର ପାରିଷଦ ବୈଠକରେ ଗତ ୨୩ ତାରିଖରେ ହୋଲଡିଂ ଟ୍ୟାକ୍ସକୁ ଶତକଡା ୩୦ ପ୍ରତିଶତ ହ୍ରାସ କରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା‌। ଏହି ପ୍ରସ୍ତାବକୁ ଅନୁମୋଦନ କରିବାକୁ ରାଜ୍ୟ ସରକାର,ଗୃହ ଓ ନଗର ଉନ୍ନୟନ ବିଭାଗକୁ ପ୍ରେରଣ କରାଯାଇଥିବାବେଳେ ସରକାରଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଭାରପ୍ରାପ୍ତ ପୌରାଧ୍ୟକ୍ଷ ଶ୍ରୀ ଭୋଜ ଆଜି ପ୍ରେସମିଟ୍ ମାଧ୍ୟମରେ ପ୍ରକାଶ କରିଛନ୍ତି।

ଏହାସହିତ ହୋଲଡିଂ ଟ୍ୟାକ୍ସ ୩୦ପ୍ରତିଶତ ହ୍ରାସ ସହିତ ପୂର୍ବଭଳି ୨୦ପ୍ରତିଶତ ରିହାତି ମଧ୍ୟ ଜନସାଧାରଣ ନିର୍ଦ୍ଧାରିତ ସମୟ ମଧ୍ୟରେ ପାଇପାରିବେ ଏବଂ ଏହି ହୋଲଡିଂ ଟ୍ୟାକ୍ସ ହ୍ରାସ କେବଳ ଆବାସିକ ଗୃହଗୁଡିକ ନିମନ୍ତେ ପ୍ରଯୁଜ୍ୟ ବୋଲି ଶ୍ରୀ ଭୋଜ କହିଛନ୍ତି।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer