Explore

Search
Close this search box.

Search

June 21, 2025 4:44 am

‘ ଅପରେସନ ସିନ୍ଦୂର ‘ ଏହି ନାମକୁ ପସନ୍ଦ କଲେ ୧୪୦ କୋଟି ଭାରତୀୟ ।

ଅପରେସନ ସିନ୍ଦୂର’ (OPERATION SINDUR ) ୧୪୦ କୋଟି ଭାରତୀୟଙ୍କୁ ସେନାର ଏହି ଅପରେସନ ଯେତିକି ପସନ୍ଦ ଆସିଛି ଏହି ନାମ କରଣ ମଧ୍ୟ ତାଠୁ ଅଧିକ ପସନ୍ଦ ଆସିଛି । ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଯେଉଁ ମହିଳା ମାନେ ସେମାନଙ୍କ ସ୍ବାମୀଙ୍କୁ ହରାଇଥିଲେ ସେହି ମହିଳାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେଉଛି ‘ଅପରେସନ ସିନ୍ଦୂର’।

ହିନ୍ଦୁ ମହିଳାଙ୍କ ସିନ୍ଦୂର ସହ ଖେଳିବା ପାକିସ୍ତାନ ଆତଙ୍କବାଦୀ ଙ୍କୁ ମହଙ୍ଗା ପଡିଛି । ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ଗୁଳିମାଡର ଜବାବ ମିସାଇଲରେ ଦେଇଛି । ମାତ୍ର ୨୫ ମିନିଟର ମିସାଇଲ ମାଡରେ ପାକିସ୍ତାନ ଓ ପିଓକେରେ ୯ ଟି ଆତଙ୍କୀ ଆଡ୍ଡାସ୍ଥଳୀ ଜଳିପୋଡି ଛାରଖାର ହୋଇଯାଇଛି । ଭାରତର ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ମିଳିତ ପ୍ରୟାସରେ ଏହି ଏୟାର ଷ୍ଟ୍ରାଇକ ସଫଳ ହୋଇଛି ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅପରେସନ କୁ ‘ ଅପରେସନ ସିନ୍ଦୂର ‘ ନାମରେ ନାମିତ କରିଛନ୍ତି । ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଯେଉଁ ମହିଳା ମାନେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ ଓ ସେମାନଙ୍କ ମଥାର ସିନ୍ଦୂର ଲିଭିଯାଇଥିଲା, ସେମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏଭଳି ନାମକରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer