Explore

Search
Close this search box.

Search

June 21, 2025 5:03 am

ଯୁଦ୍ଧରେ ଲାଗିଲା ବ୍ରେକ : ଅସ୍ତ୍ରବିରତି ପାଇଁ ଭାରତ – ପାକିସ୍ତାନ ହେଲେ ସହମିତି ।

ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଭାରତ – ପାକିସ୍ତାନ ହେଲେ ସହମିତି । ଭାରତ-ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ସୂଚନା । ପ୍ରେସ୍ ବ୍ରିଫିଙ୍ଗ୍ କରି ସ୍ପଷ୍ଟ କଲା ବୈଦେଶିକ ବିଭାଗ ।

ଆଜି ଭାରତ-ପାକିସ୍ତାନ ଉଭୟ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି । ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ । ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି ହୋଇଥିବା କହିଲେ ଟ୍ରମ୍ପ । ରାତି ସାରା କଥା ହେଲା ପରେ ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ । ତତତ୍କାଳ ପ୍ରଭାବରେ ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ଦୁଇ ଦେଶ ରାଜି ହୋଇଥିବା ଘୋଷଣା କଲେ ଟ୍ରମ୍ପ । ଆମେରିକା ଏଥିରେ ମଧ୍ୟସ୍ଥତା କରିଥିଲା । ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରିତି ପାଇଁ ଉଭୟେ ରାଜି ହୋଇଛନ୍ତି । ତେବେ ଅସ୍ତ୍ରବିରିତି ପାଇଁ ପାକିସ୍ତାନ ପକ୍ଷରୁ ପ୍ରଥମେ ଭାରତକୁ ଫୋନ ଆସିଥିଲା ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି ସ୍ପଷ୍ଟ କରିଛନ୍ତି ।

ଏଣିକି କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ‘ଆକ୍ଟ ଅଫ୍ ୱାର୍’ ବୋଲି ବିବେଚନା କରିବ ଭାରତ ।
ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆଜି (ଶନିବାର) ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ, ପ୍ରତିରକ୍ଷା ମୁଖ୍ୟ (CDS) ଏବଂ ଭାରତୀୟ ସଶସ୍ତ୍ର ବାହିନୀର ମୁଖ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଭାରତ। ଏଣିକି କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ‘ଆକ୍ଟ ଅଫ୍ ୱାର୍’ ବୋଲି ବିବେଚନା କରିବ ଭାରତ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer