Explore

Search
Close this search box.

Search

May 31, 2025 12:00 pm

ଆସୁଛି ମୌସୁମୀ : ଆଣ୍ଡାମାନ ଦ୍ଵୀପପୁଞ୍ଜରେ ପାଦ ଥାପିଛି ମୌସୁମୀ ବାୟୁ ।

ଆସୁଛି ମୌସୁମୀ । ଚଳିତ ବର୍ଷ ଆଗୁଆ ମୌସୁମୀ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି ।

ଆଜି ଆଣ୍ଡାମାନ ସାଗର ଛୁଇଁଛି ମୌସୁମୀ ବାୟୁ । ଆଣ୍ଡାମାନ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ଵୀପପୁଞ୍ଜ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଏହା ସହ ମେ’ ୨୭ ତାରିଖ ବେଳକୁ ମୌସୁମୀ କେରଳ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପରେ ଓଡ଼ିଶା ମୁହାଁ ହୋଇ ଜୁନ ୧୦ ତାରିଖ ବେଳକୁ ଓଡିଶା ଛୁଇଁବା ସମ୍ଭାବନା ରହିଛି ।
ଗତ ବର୍ଷ ଅପେକ୍ଷା ୭ ଦିନ ପୂର୍ବରୁ ଆଣ୍ଡାମାନ ପହଞ୍ଚିଛି ମୌସୁମୀ ବାୟୁ । ପ୍ରଭାବରେ ୨୪ ଘଣ୍ଟାରେ ନିକୋବର ଦ୍ଵିପରେ ବିସ୍ତୃତି ବୃଷ୍ଟିପାତ ସହ କିଛି ଅଞ୍ଚଳରେ ଭାରି ବର୍ଷା ସହ ଗତ ଦୁଇଦିନ ଧରି ନିକୋବର ଦ୍ଵିପପୁଞ୍ଜରେ ଅଧିକାଂଶ ସ୍ଥାନରେ ବର୍ଷା ସହ କିଛି ଅଞ୍ଚଳରେ ଭାରି ବର୍ଷା ଅନୁଭୂତ ହୋଇଛି । ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ଵୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର କିଛି ଅଂଶରେ ଗତ ୨ ଦିନ ମଧ୍ୟରେ ପଶ୍ଚିମା ପବନର ବେଗ ବୃଦ୍ଧି ପାଇଛି । ସମୁଦ୍ର ପତନଠାରୁ ୧.୫ କିଲୋମିଟର ଉପରେ ପଶ୍ଚିମା ବାୟୁର ବେଗ ଘଣ୍ଟା ପ୍ରତି ବେଗ ୩୭ କିମିରୁ ଅଧିକ ରହିବା ସହ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ଵୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର କିଛି ଅଂଶରେ ପଶ୍ଚିମ ପବନର ବିସ୍ତୃତି ସମୁଦ୍ର ପତ୍ତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ରହିଛି । ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ, ମୌସୁମୀ ଆଗମନ ସମସ୍ତଙ୍କୁ ଆଶ୍ୱସ୍ତି କରିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer