Explore

Search
Close this search box.

Search

May 31, 2025 12:40 pm

ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ : ଏଥର ଲଗାଯିବ ବହୁ ସଂଖ୍ୟାରେ ତାଳଗଛ ।

ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ବର୍ତ୍ତମାନ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ । ଅଧିକ ସଂଖ୍ୟାରେ ତାଳଗଛ ରୋପଣ କରାଯିବାକୁ ପୁଣିଥରେ ଅଣ୍ଟା ଭିଡିଛନ୍ତି ସରକାର। ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ଅଧିକ ସଂଖ୍ୟାରେ ତାଳ ଗଛ ଲଗାଯିବ । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି ।

ପ୍ରତିବର୍ଷ ବଜ୍ରପାତରେ ଶହଶହ ଲୋକଙ୍କ ଜୀବନ ଯାଇଛି। ଯେଉଁଥୁରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର ଲୋକ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ବଜ୍ରପାତରେ କାହିଁକି ଚାଲିଯାଉଛି ଏତେ ଲୋକଙ୍କ ଜୀବନ? କିଭଳି ଏହାକୁ ରୋକାଯାଇପାରିବ? ପାଣିପାଗ ବିଶେଷଜ୍ଞ କ୍ଷଜ୍ଞଙ୍କ ମତରେ ବଜ୍ରପାତ ଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ହିଁ ଏକ ପ୍ରମୁଖ କାରଣ । କିଛିବର୍ଷ ପୂର୍ବରୁ ପ୍ରତି ଗାଁ ଗଣ୍ଡାରେ, ବିଲ ହୁଡ଼ାରେ ବହୁ ସଂଖ୍ୟାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ତାଳଗଛ ସୁଉଚ୍ଚ ହୋଇଥିବାରୁ ଅଧିକାଂଶ ବିଜୁଳି ତାଳଗଛ ଉପରେ ହିଁ ପଡ଼ୁଥିଲା। ତାହାର ପ୍ରଭାବରେ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ସେଥିରୁ ବର୍ତି ଯାଉଥିଲେ। ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ କାଳବୈଶାଖୀ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥ‌ିବା ଅନ୍ୟ ଛୋଟବଡ ଗଛମୂଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି। ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବା ଲାଗି କିଛିବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ଆରମ୍ଭ କରାଜାଇଥିଲ ପ୍ରୟାସ। ତାଳ ଗଛ ଲଗାଇବା ନେଇ ଗ୍ରାମାଞ୍ଚଳ ଚାଷୀଙ୍କୁ ଦିଆ ଯାଇଥୁଲା ପରାମର୍ଶ। ଏମିତିକି ବନ ବିଭାଗ ତାଳଗଛ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥିଲା। ଯାହାକି ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲ।

ତେବେ ବର୍ତ୍ତମାନ ବଜ୍ରପାତ ଜନିତ ମୃତ୍ୟୁ ଉଦବେଗ ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ, ଏହାକୁ ରୋକିବା ପାଇଁ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ । ଅଧିକ ସଂଖ୍ୟାରେ ତାଳଗଛ ରୋପଣ କରାଯିବାକୁ ପୁଣିଥରେ ଅଣ୍ଟା ଭିଡିଛନ୍ତି ସରକାର। ବଜ୍ରପାତ ଜନିତ ମୃତ୍ୟୁ ରୋକିବା ଓ  ପରିବେଶ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟାରେ ତାଳଗଛ ଲଗାଯିବ । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି । ମନ୍ତ୍ରୀ  କହିଛନ୍ତିଯେ, ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ତତ୍ପର । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ତାଳଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ଟାର୍ଗେଟ୍‌କୁ ପୂରଣ କରାଯାଇଛି । ପୂର୍ବରୁ ୨୦ ଲକ୍ଷ ତାଳଗଛ ଲଗାଯାଇଥିଲା । ଏବର୍ଷ ୫ ରୁ ୬ କୋଟି ଟଙ୍କାର ତାଳଗଛ ଲଗାଇବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି ବୋଲି ଆଜି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଉଲ୍ଲେଯୋଗ୍ୟ ଯେ, ଗତକାଲି (ଶୁକ୍ରବାର) ଅପରାହ୍ନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା, ପବନ ସାଙ୍ଗକୁ ଘନଘନ ବଜ୍ରପାତରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ଶୁକ୍ରବାର ଦିନ ବଜ୍ରପାତରେ ୧୪ ଜଣଙ୍କ ଜୀବନ ଯାଇଛି । ୨୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଅନେକ ଗୋରୁ ଗାଈଙ୍କର ବି ମୃତ୍ୟୁ ଘଟିଛି ।

ତାଳଗଛ କାଟିଲେ ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ :

ବନ ବିଭାଗ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ତାଳଗଛ କାଟିଲେ ଏଣିକି ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ ।  ବନ ବିଭାଗର ବିନା ଅନୁମତିରେ ଯଦି ନିଜ ବାଡିରୁ ମଧ୍ୟ ତାଳଗଛ କାଟିବେ ତେବେ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କେହି ତାଳ ଗଛ କାଟିବେ ତେବେ ବନବିଭାଗ ପକ୍ଷରୁ ଅନୁମତି ଆଣିବାକୁ ପଡିବ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer