Explore

Search
Close this search box.

Search

May 31, 2025 11:46 am

ଦେବଗଡ : ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୬ ଜଣିଆଁ ନଗର ମଣ୍ଡଳ କର୍ମକର୍ତ୍ତା ଚୟନ ।

ଭାରତୀୟ ଜନତା ପାର୍ଟି ଦେବଗଡ ପକ୍ଷରୁ ଆଜି (ରବିବାର) ଆନୁଷ୍ଠାନିକ ଭାବେ ନଗର ମଣ୍ଡଳ କର୍ମକର୍ତ୍ତା ଚୟନ କରାଯାଇଛି ।
ଭାରତୀୟ ଜନତା ପାର୍ଟି ଦେବଗଡ ନଗର ସଭାପତି ରାଜେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଆଜି ନଗର ମଣ୍ଡଳର ୧୬ ଜଣିଆଁ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦେବଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପର୍ଣ୍ଣ ବୈଠକରେ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସାଧାରଣ ସମ୍ପାଦକ ଭାବେ ପ୍ରତାପ କୁମାର ପଣ୍ଡା ଓ ଜଗନ୍ନାଥ ବେହେରା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ, ନଗର ମଣ୍ଡଳ ଉପ ସଭାପତି ଭାବେ ରମଣୀ ରଞ୍ଜନ ଆଚାର୍ଯ୍ୟ, ଦେବାଶିଷ କର, ମହେନ୍ଦ୍ର କୁମାର ରଣା, ମଧୁସୂଦନ ବାଘ, ସୁଇଟି ନାୟକ ଓ ପଦ୍ମିନୀ ପାତ୍ର ଙ୍କୁ ଚୟନ କରାଯାଇଛି । ସେହିପରି ସମ୍ପାଦକ ଭାବେ ଆଲୋକ କୁମାର ଦ୍ୱିବେଦୀ, ଅଶ୍ୱର୍ପ କୁମାର ପଣ୍ଡା, ପ୍ରଦୀପ ଭୋଇ, ଦୋଳ ଗଞ୍ଜନ ପ୍ରଧାନ, ଶତ୍ରୁଘ୍ନ ପାତ୍ର ଓ ସୁମନ୍ତ ଭୋଜ ଙ୍କୁ ଚୟନ କରାଯାଇଥିବା ବେଳେ, କୋଷାଧ୍ୟକ୍ଷ ଭାବେ କିଶୋର ବେହେରା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି ।

ଆଜିର ଏହି କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ନଗର ସଭାପତି ଶ୍ରୀ ଆଚାର୍ଯ୍ୟ ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer