ଦେବଗଡ ଜିଲ୍ଲାରେ ହୋଇଥିବା ହlଇଟେକ ସର୍ଭେକୁ ବାତିଲ କରିବାକୁ ରାଜସ୍ବ ମନ୍ତ୍ରୀଙ୍କ ନିକଟରେ ଦାବିକଲା ଜ଼ିଲ୍ଲା ନାଗରିକ କମିଟି ।
ଦେବଗଡ : ଆଜି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପ୍ରଶମନ, ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ କୁମାର ପୂଜାରୀଙ୍କ ଦେବଗଡ଼ ଗସ୍ତ ରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ଦେବଗଡ ଜ଼ିଲ୍ଲା ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ସର୍କିଟ ହlଉସ ପରିସରରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ବିଶେଷକରି ବିଗତ ବର୍ଷରେ ଜିଲ୍ଲାରେ ହୋଇଥିବା ହାଇଟେକ୍ ସର୍ଭେ ରେ ଦେଖାଦେଇଥିବା ବ୍ୟାପକ ତ୍ରୁଟି ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ୟାପକ ତ୍ରୁଟିଯୁକ୍ତ ହାଇଟେକ ସର୍ଭେ ଯୋଗୁଁ ଜମି ମାଲିକ ମାନେ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଥିବାରୁ ଏହାକୁ ସମୁର୍ଣ୍ଣ ବାତିଲ କରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବୀ ଜଣେଇଥିଲେ l ତେବେ ନାଗରିକ କମିଟିର ଦାବିକୁ ଯୁକ୍ତିଯୁକ୍ତ ମନେକରି ଆଇନ ସଂଶୋଧନ କରିବା ପରେ ଏହି ସର୍ଭେକୁ ବାତିଲ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ନିର୍ଭର ପ୍ରତିଶୃତି ଦେଇଥିବା ଜଣାଯାଇଛି ।
ଜିଲ୍ଲାl ନାଗରିକ କମିଟିର ପ୍ରତିନିଧି ଦଳରେ ଲଷ୍ମଣ କୁମାର ପ୍ରଧାନ, ସୁଧୀର କପରଦାର, ପବିତ୍ର ପ୍ରଧାନ, ସୁଦାମ ବୁଡ଼ା, ପୁରୁଷତ୍ତମ ସାହୁ, ସନ୍ତୋଷ କୁମାର ସାହୁ, ତଥା ଅନେକ ସଦସ୍ୟ ଉପସ୍ଥିତ ଥିଲେ ।
