ଟୋଲ୍ ପେମେଣ୍ଟକୁ ସରଳ କରିବା ଏବଂ ଟୋଲ୍ ପ୍ଲାଜାରେ ଭିଡ଼ କମ କରିବା ପାଇଁ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ଅଗଷ୍ଟ ୧୫, ୨୦୨୫ ଠାରୁ ଏକ FASTag-ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରିବାକୁ ଯାଉଛି । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ନୂତନ ପାସ୍ ମାତ୍ର ୩୦୦୦ ଟଙ୍କାରେ ଉପଲବ୍ଧ ହେବ ଏବଂ ଏହା ୨୦୦ ଟ୍ରିପ୍ ପର୍ଯ୍ୟନ୍ତ କିମ୍ବା ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ ବୈଧ ହେବ ।
ବାର୍ଷିକ ପାସ୍ କେବଳ କାର, ଜିପ୍ ଏବଂ ଭ୍ୟାନ ଭଳି ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ ପାଇଁ ପ୍ରଯୁଜ୍ୟ ହେବ। ଏହା ବାରମ୍ବାର ଟୋଲ୍ ପେମେଣ୍ଟ ନକରି ଜାତୀୟ ରାଜପଥ ଦେଇ ନିର୍ବିଘ୍ନ ଯାତ୍ରା କରିବାକୁ ଅନୁମତି ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀଗଡକରୀ ସୋସିଆଲ ମିଡ଼ିଆ X ପ୍ଲାଟଫର୍ମରେ ଘୋଷଣା କରିଛନ୍ତି ।
