Explore

Search
Close this search box.

Search

July 5, 2025 5:09 am

ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା : ଦେବଗଡ ଜିଲ୍ଲାରେ ଓଏଏସ୍ ଓ ଓଆରଏସ୍ ଅଧିକାରୀଙ୍କ ସମୂହ ଛୁଟି ନିଷ୍ପତ୍ତ ।

ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା,ଦେବଗଡ ଜିଲ୍ଲାରେ ଓଏଏସ୍ ଓ ଓଆରଏସ୍ ଅଧିକାରୀଙ୍କ ସମୂହ ଛୁଟି ନିଷ୍ପତ୍ତ । ସରକାରୀ କାର୍ଯ୍ୟ ଠପ୍।

ଗତ ଜୁନ ୩୦ ତାରିଖ ବିଏମସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ଘଟଣାକୁ ଦେବଗଡ଼ ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏନେଇ ଆଜି ସଂଘ ପକ୍ଷରୁ ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବି ପତ୍ର ପ୍ରଦାନବେଳେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲାପରିଷଦ ମୁଖ୍ୟ ଉନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଡେପୁଟି କଲେକ୍ଟର ଲକ୍ଷମଣ ଅମାତ, ଏକଲିନ ବାରା ଓ ସୂର୍ଯ୍ୟକାନ୍ତ ବରିହା, ସହକାରୀ ଜିଲ୍ଲାପାଳ ହେମନ୍ତ ସିଂହ, ଈଶ୍ବର ଗୁରୁ, ତାପସ ମହନ୍ତ, ଦେବଗଡ ତହସିଲଦାର କଣ୍ଠ ମଲ୍ଲିକ, ରିଆମାଳ ବ୍ଳକ ବିଡିଓ ଆଦିତ୍ୟ ପଣ୍ଡା, ତିଲେଇବଣି ବ୍ଳକ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କ ସମେତ ଓଏଏସ ଏବଂ ଓଆରଏସ ଅଧିକାରୀମାନେ ଉପସ୍ଥିତ ଥିଲେ ।

କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ପଶି ଅମାନୁଷିକ ଭାବେ ଆକ୍ରମଣ କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାକୁ ବିରୋଧ କରି ଆଜି (ବୁଧବାର) ଠାରୁ ସମସ୍ତ ଓଏଏସ ଏବଂ ଓଆରଏସ ଅଧିକାରୀ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତ ନେଇଛନ୍ତି । ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ନ୍ୟାୟ ପ୍ରଦାନ କରାଯାଉ । ରାଜ୍ୟର ସରକାରୀ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଏବଂ ମନୋବଳ ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ବୋଲି ଦେବଗଡ଼ ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer