Explore

Search
Close this search box.

Search

July 5, 2025 4:54 am

ଆସନ୍ତା କାଲି (ଜୁଲାଇ/୪ ତାରିଖ) ଦେବଗଡ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆସନ୍ତା କାଲି (ଜୁଲାଇ ୪ ତାରିଖ) ଦେବଗଡ ଜିଲ୍ଲା ଗସ୍ତରେ ଆସୁଛନ୍ତି ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରଙ୍କ ଗରିବ କଲ୍ୟାଣ ଓ ବିକାଶ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ନୂଆଁ ବାଲିରୋଇ ଠାରେ ନବନିର୍ମିତ ବସ ଟର୍ମିନାଲର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା କାଲି ଜୁଲାଇ ୪ ତାରିଖ ଦିନ ଦେବଗଡ ଜିଲ୍ଲାକୁ ଦିନିକିଆ ଗସ୍ତ ରେ ଆସୁଛନ୍ତି ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ପ୍ରଶାସନିକ ପ୍ରସ୍ତୁତି ସମାପ୍ତ ହୋଇଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସକାଳ ୮.୧୫ ରେ ତିଳେଇବଣି ବ୍ଲକ ଅନ୍ତର୍ଗତ ସାମନ୍ତରାପାଲି ଗ୍ରାମଠାରେ ‘ ସବୁଜ ରଥ ‘ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ । ସକାଳ ୧୦ .୧୫ ରେ ପୂରୁଣାଗଡ ସ୍ଥିତ ଗୁଣ୍ଡିଚା ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବେ । ଦିବା ୧୧ ଟା ସମୟରେ ନୂଆଁ ବାଳିରୋଇ ସ୍ଥିତ ନବନିର୍ମିତ ବସ ଟର୍ମିନାଲ ର ଶୁଭ ଉଦଘାଟନ ଓ ଲୋକାର୍ପିତ କରିବେ । ଉପରୋକ୍ତ କାର୍ଯ୍ୟକ୍ରମ ପରେ ଦିବା ୧୧ .୩୦ ସମୟରେ ସ୍ଥାନୀୟ ବଦବଗିଚା ଠାରେ ଆୟୋଜିତ ସରକାରଙ୍କ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଉପସ୍ଥିତ ରହିବେ ।

ଏସମସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ପ୍ରାୟତ ସମାପ୍ତ ହୋଇସାରିଛି । ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer