ଆଜି ( ଶୁକ୍ରବାର ) ଦେବଗଡ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିବା ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ଅସ୍ଥାୟୀ ବନ କର୍ମଚାରୀ ।
ଦେବଗଡ ୪/୭ (ସରୋଜ ଶତପଥୀ) – ଆଜି ସ୍ଥାନୀୟ ନୂଆଁ ବାଲିରୋଇ ଠାରେ ନବନିର୍ମିତ ବସ ଟର୍ମିନାଲ ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟଅତିଥି ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଦେବଗଡ ଜିଲ୍ଲାରେ କାର୍ଯ୍ୟରତ ଅସ୍ଥାୟୀ ବନ କର୍ମଚାରୀ ମାନେ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡିକୁ ମଧ୍ୟରେ ୧. ଅସ୍ଥାୟୀ ବନ କର୍ମଚାରୀ ମାନେ OFS (Odisha Forest Monitoring System) App ରେ ପେଟ୍ରୋଲିଂ Fire Points uploading, Asset mapping ଇତ୍ୟାଦି କାଯ୍ୟ କରି ପାରୁଛନ୍ତି । ଏତଦ୍ ସହିତ ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟ ପ୍ରତିବନ୍ଧକ ହାତୀ – ମନୁଷ୍ୟର ଲଢ଼େଇକୁ ସୁଚାରୁରୂପେ ନିୟନ୍ତ୍ରଣ କରୁଛନ୍ତି । ହାତୀକୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାରେ ସଫଳ ହେଉଛନ୍ତି। ବନାଗ୍ନି ସମୟରେ Fire blower ମେସିନ୍ ସାହାଯ୍ୟରେ ବନାଗ୍ନି ନିୟନ୍ତ୍ରଣ କରୁଛନ୍ତି । ତେଣୁ ଅସ୍ଥାୟୀ କର୍ମଚାରୀଙ୍କୁ ଅଣକୁଶଳୀରୁ କୁଶଳୀ କର୍ମଚାରୀର ମାନ୍ୟତା ପ୍ରଦାନ କରି କୁଶଳୀ କର୍ମଚାରୀର ପାରିଶ୍ରମିକ ପ୍ରଦାନ କରାଯାଉ ।
୨. ବନବିଭାଗରେ ଅଣକୁଶଳୀ କର୍ମଚାରୀ ମାନଙ୍କର କାର୍ଯ୍ୟର ଅବଧୂ ୮ ଘଣ୍ଟା କରାଯାଉ । ନଚେତ୍ ଅଧୁକ ସମୟ କାର୍ଯ୍ୟ କଲେ ସମୟ ଅନୁସାରେ ଅଧୁକ ପାରିଶ୍ରମିକ ପ୍ରଦାନ କରାଯାଉ ।
୩. ମୃତ୍ୟୁକାଳୀନ ସହାୟତା ୩୦ ଲକ୍ଷକୁ ବୃଦ୍ଧି କରାଯାଉ । କର୍ଭବ୍ୟ ସମୟରେ ମୃତ୍ୟୁ ହେଲେ ସାଧାରଣଲୋକଙ୍କ ପାଇଁ ଯେଉଁ ଆର୍ଥିକ ସହାୟତାର ବ୍ୟବସ୍ଥା ଅଛି । ତାହାକୁ ପରିବର୍ଭନ କରି ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ।
୪ .ଅଣକୁଶଳୀ ବନକର୍ମଚାରୀଙ୍କୁ ଫରେଷ୍ଟଗାର୍ଡ ନିଯୁକ୍ତିରେ ୧୦% ସ୍ଥାନ ସଂରକ୍ଷଣ କରାଯାଉ । ଏତଦବ୍ୟତୀତ ୫ ବର୍ଷ କାର୍ଯ୍ୟ କରି ଥିବା ଅସ୍ଥାୟୀ କର୍ମଚାରୀ, ଯେଉଁମାନେ ନିୟମ ଅନୁସାରେ ଫରେଷ୍ଟଗାର୍ଡ ହେବାକୁ ଯୋଗ୍ୟ ଥିବେ ତାଙ୍କ ପାଇଁ (ପୋଲିସ୍ ବିଭାଗରେ ହୋମଗାର୍ଡ ଭଳି) ୧୦% ଫରେଷ୍ଟଗାର୍ଡ ପଦବୀ ସଂରକ୍ଷିତ ରଖାଯାଉ ।
ଏଠାରେ ସୂଚନାଯୋଗ୍ୟ ଯେ, ବନବିଭାଗରେ ବର୍ଷ ତମାମ ଅନେକ କାର୍ଯ୍ୟ ଲାଗି ରହିଥାଏ, ଯଥା – ଗ୍ରୀଷ୍ମ ସମୟରେ ବନାଗ୍ନି ନିୟନ୍ତ୍ରଣ, ଶୀତ ସମୟରେ ହାତୀ ଘଉଡାଇବା, ବର୍ଷା ସମୟରେ ବୃକ୍ଷ ରୋପଣ କାର୍ଯ୍ୟ ଇତ୍ୟାଦି । ଉକ୍ତ କାର୍ଯ୍ୟକୁ ଜଣେ ଦକ୍ଷ, ତାଲିମ୍ପ୍ରାପ୍ତ କର୍ମଚାରୀ ଭଳି ଅସ୍ଥାୟୀ ବନ କର୍ମଚାରୀମାନେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । କିନ୍ତୁ ବାର୍ତ୍ତାମାନ ଅସ୍ଥାୟୀ କର୍ମଚାରୀ ମାନେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି । ଏଯାଏଁ ସରକାର ସେମାନଙ୍କର ଜୀବନର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ।
ଏହି ପରିପ୍ରେକ୍ଷୀରେ ଗତ ତା.୨୬.୦୩.୨୦୨୫ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ବର୍ତମାନ ସୁଦ୍ଧା ଅସ୍ଥାୟୀ ବନ କର୍ମଚାରୀ ମାନେ କୌଣସି ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଆସିଛନ୍ତି । ସରକାରଙ୍କୁ ବାରମ୍ବାର ସମସ୍ୟା ଜଣାଇବା ପରେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟିପାତ କରୁ ନାହାନ୍ତି । ଫଳରେ ଅସ୍ଥାୟୀ ବନ କର୍ମଚାରୀ ମାନେ ନାହିନଥିବା ସମସ୍ୟାର ସମ୍ମୁଖିନ ହୋଇ ଆସୁଛନ୍ତି ।
