Explore

Search
Close this search box.

Search

April 29, 2025 11:15 pm

‘ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ନିମନ୍ତେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ‘ – ରାଜସ୍ୱ ମନ୍ତ୍ରୀ ।

  • ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ ଗତକାଲି 24 ତାରିଖ ଦେବଗଡ଼ ଗସ୍ତରେ ଆସି ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗ ଦେଇ ରାଳମ୍ବ ଓ ବିପର୍ଯ୍ୟୟ ପରିଚାଳନା ଦ୍ବାରା ପରିଚାଳିତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ବିଶେଷ କରି ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବା ସହ କ୍ଷତିପୂରଣ ପାଇ ନଥିବା ବିସ୍ଥାପିତଙ୍କ ପରିବାର ସଂପର୍କରେ ତଥ୍ୟ ସଂଗ୍ରହ କରି କ୍ଷତିପୂରଣ ଓ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି କହିଥିଲେ । ସେହିପରି ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ତୁରନ୍ତ ଶେଷ କରିବା, ଜିଲ୍ଲାର ସମସ୍ତ ତହସିଲରେ ଖାଲି ପଡ଼ିଥିବା ପଦବି ପୂରଣ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିଜସ୍ବ ଜମି ପଟ୍ଟା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଧାୟକ ରୋମାଞ ରଞ୍ଜନ ବିଶ୍ବାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,  ରେକର୍ଡ ଏବଂ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ ସାହୁ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଭାରପ୍ରାପ୍ତ ଦେବଗତ ତହସିଲଦାର ସୂର୍ଯ୍ୟକାନ୍ତ ବରିହା, ରିଆମାଳ ତହସିଲଦାର ଜ୍ୟୋମ୍ନାରାଣୀ ନାଏକ , ବାରକୋଟ ଅତିରିକ୍ତ ତହସିଲଦାର ବବୁରୁ ବାହାନ ଦତ୍ତ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer