Explore

Search
Close this search box.

Search

May 19, 2025 7:34 pm

ମରଣଯନ୍ତା ସାଜିଛି ବିଦ୍ୟୁତ ଟ୍ରାନ୍ସଫର୍ମର , ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଦିନରେ ମଲେଣି ଗୋଟିଏ ଷଣ୍ଢ ଓ ଦୁଇଟି କୁକୁର ।

ମରଣ ଯନ୍ତା ସାଜିଛି ବିଦ୍ୟୁତ ଟ୍ରାନ୍ସଫର୍ମର । ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇଦିନ ରେ ମୃତ୍ୟୁବରଣ କଲେଣି ଗୋଟିଏ ଷଣ୍ଢ ଓ ଦୁଇଟି କୁକୁର । ରିଆମାଳ ବ୍ଲକ କୁଣ୍ଢେଇଗୋଳା ଗାଁରେ ଘଟିଛି ଏଭଳି ଘଟଣା ।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗାଁ ରୁ ଖଣ୍ଡାଧୂଆଁ ଗାଁକୁ ଯାଇଥିବା ମୁଖ୍ୟରାସ୍ତା କଡରେ ବିପଦ ସଂକୁଳ ଅବସ୍ଥାରେ ରହିଛି ଏକ ପୁରୁଣା  ବିଦ୍ୟୁତ ଟ୍ରାନ୍ସଫର୍ମର ।  ଏହି ଟ୍ରାନ୍ସଫର୍ମର ଟି ଅଧିକାଂଶ ସମୟରେ ସର୍ଟସର୍କିଟ ହେଉଥିବାରୁ ଆଖପାଖ ଅଞ୍ଚଳରେ ବିଦ୍ୟୁତ ପ୍ରବାହ ହୋଇ ବୃକ୍ଷଲତା ପୋଡିଯାଉଛି । ଏହାର ଚତୁଃପାର୍ଶ୍ଵ ରେ କୌଣସି ସୁରକ୍ଷାବାଡ଼ ନଥିବାରୁ ଏହା ମୁକୁଳା ହୋଇ ପଡ଼ିଥିବା ବେଳେ , ଏହା ପାଖକୁ ଆସୁଥିବା ଗୃହ ପାଳିତ ପଶୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଛନ୍ତି । ଗତକାଲି ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଷଣ୍ଢ ମୃତ୍ୟୁବରଣ କରିଥିବା ବେଳେ , ଆଜି ସକାଳୁ ଦୁଇଟି କୁକୁର ଟ୍ରାନ୍ସଫର୍ମର ତଳେ ମରି ପଡିଥିବା ଦେଖାଯାଇଥିଲା । ଟ୍ରାନ୍ସଫର୍ମର ଟି ରାସ୍ତାକଡ଼କୁ ଲାଗିରହିଥିବାରୁ ଏହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ ମଧ୍ୟ ନିଜକୁ ଆଉ ସୁରକ୍ଷିତ ମଣୁନାହାନ୍ତି । ଲୋକଙ୍କ ଯାତାୟତ ପଥରେ ବିପଦଶଙ୍କୁଳ ଅବସ୍ଥାରେ ପଡିଥିବା ଏହି ଟ୍ରାନ୍ସଫର୍ମର ଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା କିମ୍ବା ଏହାର ଚତୁଃପାର୍ଶ୍ଵ ରେ ପାଚେରୀ ଦିଆଯିବା ସକାଶେ ଗ୍ରାମବାସୀ ବହୁବାର ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର କରାଯାଉନାହିଁ । ଫଳରେ ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆଗାମୀ ଦିନରେ ଏହି ଅସୁରକ୍ଷିତ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ଯୋଗୁଁ କୌଣସି ଅଘଟଣ ଘଟି ଅଧିକ ଧନଜୀବନ ନଷ୍ଟ ହେବା ପୂର୍ବରୁ ବିଦ୍ୟୁତ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer