ଦେଶରେ ମାଓ-ନକ୍ସଲବାଦ ମୁକାବିଲା ରଣନୀତି ପାଇଁ ଆଜି ଦିଲ୍ଲୀରେ ବସୁଛି ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ହେବ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ । ଓଡିଶା ସମତେ ୮ ଟି ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ ।
ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ସହିତ ମାଓ ଦମନ ଓ ଭିତ୍ତିଭୂମି ସହ ସମ୍ପର୍କିତ ୫ଟି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ଉପମୁଖ୍ୟ ପରାମର୍ଶଦାତା, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ (CAPFs)ର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ଦେଶରେ ବର୍ତ୍ତମାନ ନକ୍ସଲ ହିଂସାର ସ୍ଥିତି ଓ ପ୍ରଭାବିତ ତଥା ନକ୍ସଲ ଗତିବିଧି ଥିବା ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ମୁକାବିଲା ନେଇ ଆଗାମୀ ଆକ୍ସନପ୍ଲାନ ସମ୍ପର୍କରେ ଆଲୋଚନା କରାଯିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବୈଠକରେ ସାମିଲ ହେବା ପାଇଁ ଗତକାଲି (ରବିବାର) ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । କେନ୍ଦ୍ରରେ ତୃୀତୟ ଥର ବିଜେପି ସରକାର ଗଠନ କରିବା ପରେ ଏହା ପ୍ରଥମ ବୈଠକ । ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଏହା ପ୍ରଥମ କେନ୍ଦ୍ର-ରାଜ୍ୟ ମିଳିତ ମାଓ-ମୁକାବିଲା ବୈଠକ ।
