Explore

Search
Close this search box.

Search

April 29, 2025 6:57 pm

ରିଆମାଳ ରେଞ୍ଜ ଅନ୍ତର୍ଗତ ଭାଳିଆଡ଼ିହି ଗ୍ରାମରୁ ବିପୁଳ ପରିମାଣରେ ଚୋରାଚାଲାଣ ହେଉଥିବା ସାଗୁଆନ କାଠ ଓ ଟ୍ରାକ୍ଟର ଜବତ , ଜଣେ ଗିରଫ ।

ଟ୍ରାକ୍ଟର ଯୋଗେ ବିପୁଳ ପରିମାଣରେ ସାଗୁଆନ କାଠ ଚୋରାଚାଲାଣ ବେଳେ ଚଢ଼ାଉ କଲା ବନବିଭାଗ । ଟ୍ରାକ୍ଟର ସମେତ  ୯୭ ଖଣ୍ଡ ସାଗୁଆନ କାଠ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବନବିଭାଗ ।

ରିଆମାଳ ବନବିଭାଗକୁ ମିଳିଛି ଏକ ସଫଳତା । ଗତକାଲି ( ସୋମବାର ) ଅପରାହ୍ନରେ ରିଆମାଳ ରେଞ୍ଜ ରେଙ୍ଗାଳବେଡ଼ା ସେକ୍ସନ ଅନ୍ତର୍ଗତ ଭାଲିଆଡିହି ଗ୍ରାମରେ ବେଆଇନ ସାଗୁଆନ କାଠ ଚାଲାଣ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା । ଏହି ଚଢ଼ାଉ ବେଳେ ନମ୍ବର ବିହୀନ ଏକ ଟ୍ରାକ୍ଟର ରେ ବୋଝେଇ ହୋଇ ଯାଉଥିବା ଥିବା ୯୭ ଖଣ୍ଡ କାଠ ବନବିଭାଗ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭାଳିଆଡ଼ିହି ଗ୍ରାମର  ଶ୍ରୀବତ୍ସ ପ୍ରଧାନ । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରିଆମାଳ ରେଞ୍ଜ ଅଫିସର ନିରଞ୍ଜନ ଧରୁଆ ପ୍ରକାଶ କରିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer