Explore

Search
Close this search box.

Search

April 29, 2025 11:16 pm

ପତିତପାବନ ସାହିତ୍ଯ ସଂସଦ କଣ୍ଢଳ ପକ୍ଷରୁ ସାରସ୍ବତ ମହୋତ୍ସବ,୨୦୨୪ ଅନୁଷ୍ଠିତ ।

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଢଳ ଠାରେ ଆଜି (ସୋମବାର) ପତିତପାବନ ସାହିତ୍ଯ ସଂସଦ ପକ୍ଷରୁ ବାର୍ଷିକ ସାରସ୍ବତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସାହିତ୍ୟ ସଂସଦ ସଭାପତି ଶ୍ରୀଯୁକ୍ତ ଅନିରୁଦ୍ଧ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାରସ୍ୱତ ମହୋତ୍ସବରେ  ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଂଜନ ବିଶ୍ବାଳ ଯୋଗଦେଇଥିବା ବେଳେ ,  ଉଦଘାଟକ ଡକ୍ଟର  ପଣ୍ଡିତ ପଦ୍ମଶ୍ରୀ ଶ୍ରୀଯୁକ୍ତ ଅନ୍ତର୍ଯ୍ଯାମୀ ମିଶ୍ର , ମୁଖ୍ୟବକ୍ତା ଡକ୍ଟର ରମାକାନ୍ତ ନାୟକ‐ ଅବସରପ୍ରାପ୍ତ ଅଧ୍ୟକ୍ଷ,ଆନନ୍ଦପୁର ମହାବିଦ୍ୟାଳୟ ,କେନ୍ଦୁଝର , ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ଅରବିନ୍ଦ ପ୍ରଧାନ,ଅଧ୍ୟାପକ ଗାଇସିଲେଟ୍  ପଞ୍ଚାୟତ ସମିତି ମହାବିଦ୍ୟାଳୟ ଯୋଗଦେଇ ଓଡ଼ିଆ ସାହିତ୍ଯର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରିଥିଲେ | ସଭାପତି ସାରସ୍ବତ ମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲା ବେଳେ ସଂପାଦକ ଶ୍ରୀପୁକ୍ତ ହରିହର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ |  ପ୍ରାରମ୍ଭିକ ପୂଜନରେ ଶ୍ରୀଯୁକ୍ତ ଟିକେଶ୍ବର ସାହୁ  ମନ୍ତ୍ରପାଠ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ | ଶ୍ରୀଯୁକ୍ତ ରମାକାନ୍ତ ପ୍ରଧାନ ମଞ୍ଚ ପରିଚାଳନ କରିଥିଲେ |  ଏହି ଅବସରରେ ସକାଳ ୯ ଘଟିକାଠାରୁ ୧୧ଟା ପର୍ଯ୍ଯନ୍ତ କବିତା ପାଠୋତ୍ସବ କରାଯାଇଥିଲା | ଶ୍ରୀଯୁକ୍ତ ଜଗଦିଶ ସାମଲଙ୍କ ସଭାପତିତ୍ବରେ ଅତିଥିମାନେ ଥିଲେ ଶ୍ରୀଯୁକ୍ତ ରମେଶଚନ୍ଦ୍ର ମିଶ୍ର, ଲୋକନାଥ ବେହେରା, ଡିଲେଶ୍ବର ସାହୁ ,ଡକ୍ଟର ଭାରତ ଭୂଷଣ ନନ୍ଦ,ଫକୀର ମୋହନ ଦେହୁରୀ ମଞ୍ଚାସିନ ଥିଲେ |   ରାଜ୍ୟସ୍ତରୀୟ ବାମଣ୍ଡା ସାରସ୍ବତ ସମ୍ମାନ,୨୦୨୪  ଡକ୍ଟର ରମାକାନ୍ତ ନାୟକ , ଜ୍ଞାନସାରଥି ପ୍ରବନ୍ଧ ସମ୍ମାନ ଶ୍ରୀଯୁକ୍ତ ବିପୀନ ବିହାରୀ ପୃଷ୍ଟି, ଜ୍ଞାନସାରଥି ଗଳ୍ପ ସମ୍ମାନ ଶ୍ରୀମତୀ  ଚନ୍ଦ୍ରକାନ୍ତି ସ୍ବାଇଁ , ଜ୍ଞାନସାରଥି କବିତା ସମ୍ମାନ ଶ୍ରୀଯୁକ୍ତ ନିତ୍ଯାନନ୍ଦ ବାରିକଙ୍କୁ ସମ୍ମାନିତ କରାଯାଇଥିଲା |  କାର୍ଯ୍ଯକ୍ରମ ପରିଚାଳନାରେ  ସଂସଦର ସମସ୍ତ ସଭ୍ୟବୃନ୍ଦ ସହଯୋଗ କରିଥିଲେ | ସର୍ବଶେଷରେ ଶ୍ରୀଯୁକ୍ତ ଟିକେଶ୍ବର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer