Explore

Search
Close this search box.

Search

June 21, 2025 11:41 pm

ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବିନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିନ ଉପଲକ୍ଷେ ଜିଲ୍ଲା ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ।

ବିଜେଡ଼ି ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ମାନ୍ୟବର ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମ ଦିନ ଉପଲକ୍ଷେ ଆଜି ଦେବଗଡ଼   ଜିଲ୍ଲା ବିଜେଡି ପକ୍ଷରୁ  ରିଆମାଳ ବ୍ଲକ ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।
ଏହି ରକ୍ତଦାନ ଶିବିରରେ ମୋଟ ୭୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଜିଲ୍ଲାରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ରକ୍ତ ଯୋଗାଇ ଦେବା ମହତ ଉଦ୍ଦେଶ୍ୟ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ସ୍ଵେଚ୍ଛାକୃତ ଭାବେ ଜିଲ୍ଲା ବିଜେଡି ର ବହୁନେତା, କର୍ମୀ ଓ ଜନସାଧାରଣ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ,ରିଆମାଳ ବ୍ଳକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ଜିଲ୍ଲା ବିଜେଡି ମହିଳା ସଭାପତି ଆରୁଣୀ ପ୍ରଧାନ, ବିଜେଡି ନେତା ପାଞ୍ଜିଆ ଭୋଇ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ପ୍ରତାପ  ଦେବ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ସାମିଲ ହୋଇଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer