Explore

Search
Close this search box.

Search

April 28, 2025 3:16 pm

ପୁଣି ଥରେ ଓଡିଶା ପ୍ରତି ବଢିଲା ବାତ୍ୟା ଭୟ , ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରେ ବାତ୍ୟାର ରୂପ ନେବ ଅବପାତ ,ଏସମ୍ୱନ୍ଧରେ ବଡ ଅପଡେଟ ଦେଇଛି ଭାରତୀୟ ପାଣିପାଗ ବିଭାଗ।

ପୁଣି ଥରେ ଓଡିଶା ପ୍ରତି ବଢିଲା ବାତ୍ୟା ଭୟ । ଓଡିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ନେଇ ସମସ୍ତଙ୍କ ମନରେ ଛନକା ପଶିଛି । ଏସମ୍ୱନ୍ଧରେ ବଡ ଅପଡେଟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରେ ବାତ୍ୟାର ରୂପ ନେବ ଅବପାତ ।

ଗତକାଲି ଠାରୁ କେନ୍ଦ୍ରୀୟ-ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହା ଆସନ୍ତା ୨୪ ଘଣ୍ଚା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ଆଣ୍ଡାମାନ ସାଗରୀୟ କ୍ଷେତ୍ରରେ ଲଘୁଚାପରେ ପରିଣତ ହେବ । ପରେ ଏହା ଅକ୍ଟୋବର ୨୨ ତାରିଖ ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୩ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି । ଏନେଇ ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ ଏହି ଅପଡେଟ ଦେଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସଦ୍ୟତମ ସୂଚନା ଅନୁସାରେ,ଆସସନ୍ତା ୨୩ ତାରିଖ ସୁଦ୍ଧା ଏହି ଅବପାତ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨୪ ତାରିଖରେ ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି ।

ତେବେ ଏହି ସମ୍ଭାବ୍ୟ ବାତ୍ୟାର ତୀବ୍ରତା କେତେ ହେବ  ଓ ଏହାର ପ୍ରଭାବ କିପରି ରହିବ, ତାହା ଏଯାଏ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer