Explore

Search
Close this search box.

Search

April 30, 2025 9:56 am

ବାରକୋଟ ଠାରେ ବ୍ଲକସ୍ତରୀୟ ସୁରଭି ଓ କଳା ଉତ୍ସବ,୨୦୨୪ ଅନୁଷ୍ଠିତ 

ଆଜି (ମଙ୍ଗଳବାର) ପୂର୍ବାହ୍ନ ୧୦ଘଟିକା ସମୟରେ ବାରକୋଟ ଡଁରା ନୋଡ଼ାଲ  ଉଚ୍ଚ ବିଦ୍ୟାଳୟ ପରିସରରେ ବାରକୋଟ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ, ସୁରଭି ,କଳା ଉତ୍ସବ ଓ ବାଳିକା ଶିଶୁ କନ୍ୟା ଦିବସ,୨୦୨୪ ଅନୁଷ୍ଠିତ ହୋଇଯାଇଛି ।

ସୁଶ୍ରୀ ଗାୟତ୍ରୀ ସାହୁ‐ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୂଷ୍ଠିତ ଏହି କାର୍ଯ୍ଯକ୍ରମରେ ଶ୍ରୀମତୀ ପୁଷ୍ପାଞ୍ଜଳୀ ପାତ୍ର ,ଅଧ୍ୟକ୍ଷା ବାରକୋଟ ବ୍ଲକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଅଭିନ୍ନଚନ୍ଦ୍ର ପାଇକରାୟ ‐ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଓ ଶ୍ରୀଯୁକ୍ତ ଇନ୍ଦ୍ରମଣୀ ସାମଲ‐ ପ୍ରଧାନ ଶିକ୍ଷକ,ବିଜୟନଗର ଉଚ୍ଚ ବିଦ୍ୟାଳୟ । ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ବିଶ୍ବାଳ‐ ପ୍ରଧାନ ଶିକ୍ଷକ,ଡଁରା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ।  ଶ୍ରୀଯୁକ୍ତ ରମାକାନ୍ତ ପ୍ରଧାନ ଓ  ପଦ୍ମିନୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ଯକ୍ରମରେ ସର୍ବମୋଟ ୫୮୧ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗୀ ଯୋଗ ଦେଇଥିଲେ । ଶିଶୁ ମହୋତ୍ସବ ସୁରଭି  ଉତ୍ସବରେ ବିତର୍କ,ପ୍ରବନ୍ଧଲିଖନ,ଚିତ୍ରାଙ୍କନ,କୁଇଜ୍ ,ସୃଜନଶୀଳ ଲିଖନ,ବକ୍ତୃତା ,ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ,ଦଳଗତ ସାଂସ୍କୃତିକ ନୃତ୍ଯ କାର୍ଯ୍ଯକ୍ରମ,ପି. ଏମ୍ .ଫୋଷଣ  ଚିତ୍ରକଳା , ପି.ଏମ୍ .ପୋଷଣ ଶିଳ୍ପକଳା  ପ୍ରତିଯୋଗିତା କରାଯାଇଥିଲା । ପ୍ରତି ବିଭାଗର ପ୍ରଥମ ,ଦ୍ବିତୀୟ ଓ ତୄତୀୟ ସଫଳ ପ୍ରତିଯୋଗୀ ଜିଲ୍ଲା ସ୍ତରର ସୁରଭି କାର୍ଯ୍ଯକ୍ରମରେ ଯୋଗ ଦେବେ । ଅତିଥିବୄନ୍ଦ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସରେ ବାଳିକା ଶୀଶୁମାନଙ୍କର ସୁରକ୍ଷା ସମ୍ବନ୍ଧରେ ବିଶେଷ ଭାବେ ଆଲୋକପାତ କରିଥିଲେ ।

କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଯଦୁମଣି ବେହେରା ,ନିରଞ୍ଜନ କୁମାର ସାହୁ,ପ୍ରଭାତ କୁମାର ପ୍ରଧାନ,ବିଜୟ କୁମାର ପ୍ରଧାନ,କାହ୍ନୁଚରଣ ବେହେରା, ନିତ୍ଯାନନ୍ଦ ପ୍ରଧାନ,ପ୍ରଦୀପ କୁମାର ପ୍ରଧାନ,ସୁରେଶ ଚନ୍ଦ୍ର ସାହୁ ,ଫଗୁ ପାତ୍ର,ଶାନ୍ତନୁ କୁମାର ବେହେରା,ସୁଶିଲ ମିଞ୍ଜ,ପ୍ରମୋଦ କୁମାର ପ୍ରଧାନ,ଡିଲେଶ୍ବର ସାହୁ ତଥା  ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଏବଂ ଗୋଷ୍ଠୀ ଶାକ୍ଷା କାର୍ଯ୍ଯାଳୟର କର୍ମଚାରୀଗଣ  । ମୁଖ୍ୟ ଅତିଥି ସମସ୍ତ କୃତୀ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer