Explore

Search
Close this search box.

Search

June 21, 2025 11:10 pm

ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ।

ସମ୍ଭାବ୍ୟ ବାତ୍ୟା “ଦାନା” ର ମୁକାବିଲା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଏକ ଜରୁରୀ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜ଼ିଲ୍ଲାପାଳ ଶ୍ରୀ ସାହୁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା “ଦାନା” ର ମୁକାବିଲା ନିମନ୍ତେ ସମସ୍ତେ ସଜାଗ ରହିବା ପାଇଁ ପରାମର୍ଶ ଦେବା ସହ ସମସ୍ତ ବିଭାଗ ବ୍ଲକ ମହକୁମା ଓ ଜ଼ିଲ୍ଲା କାର୍ଯ୍ୟଳୟ ରେ ୨୪ ଘଣ୍ଟିଆ ନିୟତ୍ରଣ କକ୍ଷ ଖୋଲାଯିବ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ଯେପରି ଜଣେବି ଲୋକ ଜୀବନ ପ୍ରତି ବିପଦ ସୃଷ୍ଟି ନହୁଏ ସେଥିପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ବିଭିନ୍ନ ବିଦ୍ୟୁତ ସରୋବରାହ ତୁରନ୍ତ ସମାଧାନ ପାଇଁ ଟିପିଡବ୍ଲୁ ଓ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳ, ଗଛ ଭାଙ୍ଗି ପଡିବା ର ବ୍ୟବସ୍ଥା ନିମନ୍ତେ ଜନସ୍ୱାସ୍ଥ୍ୟ ଅଧିକାରୀ, ବନଖଣ୍ଡ ଅଧିକାରୀ ଓ ଓଡ୍ରାଫ  ଟିମଙ୍କୁ ସଜାଗ ରହିବା ସହ ମୁକାବିଲା ନିମନ୍ତେ ପରାମର୍ଶ ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯିବା ସହିତ ସଦର ମହକୁମା ନଛାଡି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ ।

ବୈଠକରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ଼ିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ବିଭୁ ରଞ୍ଜନ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଟିପିଡବ୍ଲୁଓ ରାଜୁ ସାହା, ଜ଼ିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା, ସହକାରୀ ବନଖଣ୍ଡ ଅଧିକାରୀ ସ୍ୱାଧୀନତା ସାହାଣୀ, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ହେମନ୍ତ ସିଂ, ସହକାରୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଯ୍ୟାମୀ ସାହୁ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ତିନି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଫାୟାର ଷ୍ଟେସନ ବିଭାଗ ଓ ବିଭିନ୍ନ ବିଭାଗ ର ଜ଼ିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ  l

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer