ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜ଼ିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ବିଶ୍ୱ ମୋହନ ମିଶ୍ର ଙ୍କ ଆବାହନ କ୍ରମେ ମ୍ୟାଲେରିଆ, ଟିବି ଓ ଲେପୋର୍ସି ସଚେତନତା ବୈଠକ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଜ଼ିଲ୍ଲାପାଳ ଶ୍ରୀ ସାହୁ ମ୍ୟାଲେରିଆ, ଫାଇଲେରିଆ, ଟିବି, ଲେପୋର୍ସି ର ନିରାକରଣ ନିମନ୍ତେ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ମହନ୍ତ, ଡା ପ୍ରଭାତ ଓଝା, ଡିପିଏମ ଉମେଶ ପ୍ରସାଦ ଷଡ଼ଙ୍ଗୀ, ଡେପୁଟି ମ୍ୟାନେଜର ପ୍ରଯୋନନ ସ୍ୱାସ୍ଥ୍ୟ ଜ୍ୟୋସ୍ନା ରାଣୀ ଶର୍ମା, ଭାରପ୍ରାପ୍ତଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅମରେଶ ଶତପଥୀ, ଅତିରିକ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ବିଭୁ ରଞ୍ଜନ ମହାନ୍ତି, ଆଇଟିଡିଏ ସଂନ୍ଧ୍ୟା ମାଝୀ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
