ବଲିଉଡ ଅଭିନେତା ସଲମାନ ଖାନ ଙ୍କୁ ହତ୍ୟା ଧମକ । ଦୁଇ କୋଟି ଦିଅ , ନଦେଲେ ହତ୍ୟା କରିବାକୁ ଆସିଲା ମେସେଜ ।
ଗତକାଲି ( ମଙ୍ଗଳବାର ) ଟ୍ରାଫିକ ନିୟନ୍ତ୍ରଣ କୁ ଆସିଛି ଏଭଳି ଏକ ଧମକପୂର୍ଣ୍ଣ ମେସେଜ । ମେସେଜ ପଠାଉଥିବା ଅଜଣା ବ୍ୟକ୍ତି ୨ କୋଟି ଟଙ୍କା ମାଗିଥିବା ସୂତ୍ରରୁ ଜଣାଯାଇଛି । ସଲମାନ ଖାନ ଙ୍କୁ ଧମକଦେବା ମାମଲାରେ ୱାରଲି ପୋଲିସ ଷ୍ଟେସନ ୩୦୮ ( ୪ ) ଏବଂ ୩୫୪ ( 2 ) ଅଜୁଯାୟୀ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଦରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ।
ଏଥିପୂର୍ବରୁ ସଲମାନ ଖାନଙ୍କୁ ହତ୍ୟାକାରିବା ପାଇଁ କ୍ରମାଗତ ଭାବେ ଧମକପୂର୍ଣ୍ଣ କଲ ଓ ମେସେଜ ଆସିଥିଲା । ତେବେ ନିକଟରେ ଧମକ ଦେଇଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଉତ୍ତରପ୍ରଦେଶ ନୋଏଡା ଠାରୁ ଗିରଫ କରିବାରେ ସଫଳ ହୋଇଥିଲା । ସଲମାନ ଖାନଙ୍କୁ କ୍ରମାଗତ ଭାବେ ଧମକପୂର୍ଣ୍ଣ କଲ ଓ ମେସେଜ ଆସୁଥିବାରୁ ତାଙ୍କ Y ପ୍ଲସ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।
