Explore

Search
Close this search box.

Search

June 21, 2025 10:03 pm

ଦେବଗଡ଼:ସାପ କାମୁଡାରେ ଦେବଗଡ ଥାନା ଅନ୍ତର୍ଗତ ପ୍ରଭାସୁଣି(ଗୋଗୁଆ)ଗ୍ରାମର ଜଣେ ନାବାଳିକାର ମୃତ୍ୟୁ ।

ସାପ କାମୁଡାରେ  ଆଜି ଦେବଗଡ ଥାନା ଅନ୍ତର୍ଗତ ପ୍ରଭାସୁଣି(ଗୋଗୁଆ)ଗ୍ରାମର ଜଣେ ନାବାଳିକାର ମୃତ୍ୟୁ ଘଟିଛି।ମୃତା ନାବାଳିକା ହେଲେ ପ୍ରଭାସୁଣି(ଗୋଗୁଆ) ଗ୍ରାମର ଇଶ୍ବର ଚନ୍ଦ୍ର ସାହୁଙ୍କ ଝିଅ ଦୀପାଲି(୧୪)।

ସୂଚନା ଅନୁଯାୟୀ, ଦୀପାଲି ଗତକାଲି ରାତି ଖାଇସାରି ନିଜ ପରିବାର ଲୋକଙ୍କ ସହ ଶୋଇଥିବାବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିଦେଇଥିଲା। ତେବେ ସେ ବିଳମ୍ବିତ ରାତିରେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ଦୀପାଲିର ମୃତ୍ୟୁ ଘଟିଥିଲା।ଖବରପାଇ ଦେବଗଡ ଥାନା ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଶବବ୍ୟବଛେଦ ପରେ ପୁଲିସ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛି।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer