Explore

Search
Close this search box.

Search

April 29, 2025 10:49 pm

କାର୍ଯ୍ୟରେ ଅବହେଳା ପାଇଁ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ ।

ହାତୀ ଘଉଡାଇବାରେ ବିଫଳ ହେଲେ ଫରେଷ୍ଟର । ଉତ୍ତେଜିତ ହୋଇ ଫରେଷ୍ଟର୍‌ଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରିଆମାଳ ରେଞ୍ଜ ଅଧୀନ ନୂଆଁଡିହି ସେକ୍ସନରେ।
ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ୍ ନୂଆଡ଼ିହି ଫରେଷ୍ଟର୍ ଛବିଳ ବେହେରାଙ୍କୁ ସ୍ଥାନୀୟ ଲୋକେ ଶୁକ୍ରବାର ବିଳମ୍ବିତ ରାତି ଯାଏଁ ଏକ ଗଛରେ ବାନ୍ଧିଦେଇଥିଲେ । କୁଣ୍ଢେଇଗୋଳା ଥାନା ଭେଜିକୁଦର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। କାର୍ଯ୍ୟରେ ଅବହେଳା, ଅଶାଳୀନ ବ୍ୟବହାର, ହାତୀ ନଘଉଡ଼ାଇବା ଯୋଗୁ ହାତୀ ଉପଦ୍ରବ ବୃଦ୍ଧି , ହାତୀ ଉପଦ୍ରବ ଜନିତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ନ ମିଳିବା ଆଦି ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଏଭଳି ପଦକ୍ଷେପ ନେଇଛନ୍ତି । ଖବର ପାଇ ଏସିଏଫ୍ ଅରୁଣ ବେହେରା, ରେଞ୍ଜର୍ ନିରଞ୍ଜନ ଧରୁଆ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାତି ୧୧ଟାରେ ଫରେଷ୍ଟର୍‌ଙ୍କୁ ଗ୍ରାମବାସୀ ଛାଡ଼ିଥିଲେ । ଦୁଇ ବର୍ଷରୁ ଅଧିକ ହେଲା ଛବିଳ ଫରେଷ୍ଟର୍‌ ଭାବେ ଏଠାରେ କାର୍ଯ୍ୟ କରୁଛନ୍ତି। ତେବେ ଲୋକଙ୍କୁ ଅଶାଳୀନ ବ୍ୟବହାର, କାର୍ଯ୍ୟରେ ଅବହେଳାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ । ଗତ କିଛି ମାସ ହେଲା ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ଫଳରେ ଏକର ଏକର ଧାନ ଫସଲ ନଷ୍ଟ ହେଉଥିବା ବେଳେ ଚାଷୀ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି ।
ସମ୍ପୃକ୍ତ ଦାଇତ୍ୱହିନ ଫରେଷ୍ଟର୍‌ଙ୍କୁ ବହୁ ଦିନ ହେଲା ଅନ୍ୟତ୍ର ବଦଳି ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟଲୋକେ ଗତ ଏକ ମାସ ପୂର୍ବରୁ ;ବାରମ୍ବାର ଡ଼ିଏଫ ଓ ଙ୍କୁ ଲିଖିତ ଭାବେ ଜଣାଇ ଆସୁଥିଲେ । ମାତ୍ର ଡି.ଏଫ ଓ କୈଣସି ପଦକ୍ଷେମ ନନେବାରୁ ଏନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏହାର ପରିମାଣ ସ୍ୱରୂପ ସ୍ଥାନୀୟ ଲୋକେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer