Explore

Search
Close this search box.

Search

April 29, 2025 11:10 pm

ଦେବଗଡ଼ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଷଷ୍ଠ ଅଧିବେଶଣ ବୈଠକ ଅନୁଷ୍ଠିତ।

ଆଜି (ସୋମବାର) ଦେବଗଡ଼ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ  ଜିଲ୍ଲା ପରିଷଦ ଷଷ୍ଠ ଅଧିବେଶଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିକାଶ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ଉପରେ ହୋଇଛି ବିସ୍ତୃତ ଆଲୋଚନା ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସ୍ଵାଗତ ଭାସଣ ଦେବା ସହ,ଜିଲ୍ଲାର ସାମଗ୍ରୀ ବିକାଶ ନିମନ୍ତେ ଜନ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ। ଏହା ସହ ଜିଲ୍ଳାର ବିକାଶ ପ୍ରକ୍ରିୟା କୁ ତ୍ଵରାନିତ କରିବା ଉପରେ ଗୁରୁତ୍ୱାରୋପ ଓ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସମ୍ପର୍କ ଉପରେ ଆଲୋଚନା କରିଥିଲେ। ସେହିପରି ଗ୍ରାମୀଣ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଓଡ଼ିଶା ଜୀବିକା ମିଶନ, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଜିଲ୍ଲା ମଙ୍ଗଳ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, କୃଷି, ଉଦ୍ୟାନ, ଜଳ ଛାୟା ପ୍ରକଳ୍ପ, ମତ୍ସ୍ୟ, ସାମାଜିକ ସୁରକ୍ଷା, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଖାଦ୍ୟ ଓ ବେସାମରିକ ସାମଗ୍ରୀ ଯୋଜନା, ବିଦ୍ୟୁତ୍ ଶକ୍ତି, କ୍ଷୁଦ୍ର ଜଳସେଚନ, ଜାତୀୟ ରାଜପଥ ବିଭାଗ, ଜିଲ୍ଲା ଯୋଜନା ବିଭାଗ, ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସ୍ୱାସ୍ଥ୍ୟ, ପୂର୍ତ (ରାସ୍ତା ଓ କୋଠାବାଡ଼ି) ବିଭାଜନ, ବିଭିନ୍ନ ଯୋଜନା ବାବଦରେ ଆଲୋଚନା ହୋଇଥିଲା। ବୈଠକରେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ଜିଲ୍ଲା ପରିଷଦ ଉପ ସଭାପତି ବର୍ଷାରାଣୀ ମୁଣ୍ଡା, ସଂସଦ ଙ୍କ ପ୍ରତିନିଧି ଅରୁଣ ସାହୁ, ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସେ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ଯ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ରିଆମାଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ବାରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ତିଲେଇବଣି ପଞ୍ଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜଳୀ ପାଣି, ପୁଷ୍ପାଞ୍ଜଳୀ ସାମଲ, ବାସନ୍ତୀ ବେହେରା, ସମରେନ୍ଦ୍ର ଜିତ୍, ରାଜେଶ ମହାନାୟକ,ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଧର୍ମାନନ୍ଦ ବେହେରା, ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer