Explore

Search
Close this search box.

Search

April 29, 2025 11:09 pm

ଦେବଗଡ ଇନ୍ଦିରାଗାନ୍ଧି ଷ୍ଟାଡିୟମ ଠାରେ ପ୍ରଧାନପାଟ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପ୍ରଧାନପାଟ କ୍ଲବ ବିଜୟୀ ।

ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଆଜି ପ୍ରଧାନପାଟ କ୍ଲବ ପକ୍ଷରୁ ୬ତମ ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ମୁଖ୍ୟଅତିଥି,ଅତିରିକ୍ତ ଏସପି ଧିରଜ ଚୋପଦାର,ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ଧିରେନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଉଦଘାଟନୀ ମ୍ୟାଚ ପ୍ରଧାନପାଟ କ୍ଲବ ଦେବଗଡ ସହିତ ସୁରଜ ଏଫସି ଫୁଲବାଣୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ପ୍ରଧାନପାଟ କ୍ଲବ ଦଳ ସୁରଜ ଏଫସି ଫୁଲବାଣୀକୁ ଟ୍ରାଇବେକର ଜରିଆରେ ୪-୩ ଗୋଲରେ ପରାସ୍ତ କରି ବିଜୟୀ ହୋଇଥିଲା। ବରିଷ୍ଠ ଖେଳାଳୀ ହେମନ୍ତ ମହାପାତ୍ର ମ୍ୟାଚ କମିସନର ଥିବାବେଳେ ଅଶ୍ବିନୀ ବରିହା, ଭୀଷ୍ମଦେବ ବୁଦୁଲା,ନୀଳ ନାୟକ,ସାଗର ନାଏକ ମ୍ୟାଚକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁବାସ ଚନ୍ଦ୍ର ଭୋଇ, ଶରତ ମେହେର, ଦୀପକ ବେ​ହେରା, ରୂପକ ମାଝି, ଶୁକଦେବ ଭଞ୍ଜ,ଅନନ୍ତ ମେହେର,ଅଲେଖ ନାୟକ,ସଞ୍ଜିବ ନାୟକ, ସଞ୍ଜିବ ବେହେରା, ପ୍ରଦୀପ ବେହେରା, ଯୋଗେଶ ନାଏକ, ମଛିନ୍ଦ୍ର ନାଏକ, ପ୍ରତାପ ଦେବ, କୁମାର ସ୍ବସ୍ତିକ ମହାପାତ୍ର, ମାନସ ପ୍ରଧାନ, ନିରଞ୍ଜନ ପ୍ରଧାନଙ୍କ ସମେତ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ। ଆସନ୍ତାକାଲି ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ସହିତ ନିୟୁ ମାସାଜ ଭିଲାଇ ମଧ୍ୟରେ ଚିତ୍ତାକର୍ଷକ  ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer