Explore

Search
Close this search box.

Search

April 29, 2025 6:58 pm

ଦେବଗଡ : ରେଙ୍ଗାଳି ଜଳଭଣ୍ଡାରରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ।

ରେଙ୍ଗାଳି ଜଳଭଣ୍ଡାର ରୁ ମିଳିଲା କଲରାପତରିଆ ବାଘର ମୃତଦେହ । ଏହି ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୁଆଁଡ଼ିହି ବିଟ ଅନ୍ତର୍ଗତ କଣ୍ଠିମାଳ ଗାଁ ନିକଟସ୍ଥ ରେଙ୍ଗାଳି ଜଳଭଣ୍ଡାରରେ । ବାଘ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।
ଆଜି ଅପରାହ୍ନରେ ଜଳଭଣ୍ଡାର ପାଣିରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ରିଆମାଳ ରେଞ୍ଜ ଅଧିକାରୀଙ୍କୁ ଜଣାଇଥିଲେ ।  ରିଆମାଳ ରେଞ୍ଜ ଅଧିକାରୀ ନିରଞ୍ଜନ ଧାରୁଆ ଓ ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କଲରାପତରିଆ ବାଘର ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି । ତେବେ ବାଘଟି କିଭଳି ମୃତ୍ୟୁବରଣ କଲା ଓ କେଉଁଠାରୁ ଭାସିଆସିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer