Explore

Search
Close this search box.

Search

June 22, 2025 3:27 am

ଦେବଗଡ ମହିଳା ଜନ କଲ୍ୟାଣ ସଙ୍ଗଠନ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ।

ଦେବଗଡ  ମହିଳା ଜନ କଲ୍ୟାଣ ସଙ୍ଗଠନ ପକ୍ଷରୁ ଆଜି ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି ।

ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ମିଳିତ ଆନୁକୂଲ୍ୟରେ  ଦେବଗଡ ମହିଳା ଜନ କଲ୍ୟାଣ ସଙ୍ଗଠନ ପକ୍ଷରୁ ଆଜି ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଦେବଗଡ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ସମୁଖରେ ଥିବା ସେଲ୍ଫି ପୋଏନ୍ଟିଙ୍ଗ ସମୁଖରେ ଆଜି ପାଳିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ  ସାମାଜିକରେ ରହିଥିବା ନାରୀ ହିଂସାକୁ ରୋକିବାକୁ ନେଇ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଯେପରିକି ଘୋରଇ ହିଂସା ,ଯୌତୁକ ନିର୍ଯାତନା, ଯୌନ ନିର୍ଜାତନା,କଲେଜ ଛାତ୍ରୀଙ୍କୁ ଅସଦାଚରଣ, ଯୁବତୀ ଚାଲାଣ ଆଦି ସମାଜରେ ହେଉଥିବା ହିଂସାକୁ ଅଭିନୟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା ।

ଏହି ଦିବସରେ ସ୍ଥାନୀୟ  ବିଷିଷ୍ଟ ସମାଜସେବି ,ଆଇନଜିବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବାରକୋଟ ମହିଳା ଜନ କଲ୍ୟାଣ ସଙ୍ଗଠନର ଟିମ  , ବ୍ଲକ କୋଅର୍ଡିନେଟର ,ଉର୍ମି ଲିଡର ,ଜନସାଥି ସମସ୍ତେ ଉପସ୍ଥିତ ଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer