Explore

Search
Close this search box.

Search

May 20, 2025 11:09 am

ଦେବଗଡ଼ : ଜ଼ିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ସ୍ମାର୍ଟଫୋନ ଆସେମ୍ୱଲି ଟ୍ରେନିଂ ପାଇଥିବା ୨୦ ଜଣ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ ।

ଦେବଗଡ଼ : ଜ଼ିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ ଙ୍କ ଆବାହନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଜ଼ିଲ୍ଲା ରେ ସ୍ମାର୍ଟଫୋନ ଆସେମ୍ବଲି ଟ୍ରେନିଂ ରେ କୃତକାର୍ଯ୍ୟ ହୋଇଥିବା  ୨୦ ଜଣ ଯୁବକ ଯୁବତୀ ମାନଙ୍କୁ ଜ଼ିଲ୍ଲାପାଳ ଙ୍କ ଦ୍ୱାରା ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

ଜ଼ିଲ୍ଲାର ତିନିବ୍ଲକ ର ପଂଚାୟତରୁ ଦଶମ ରୁ ଉର୍ଦ୍ଧ ପାଠ ପଢି ବେକାର ବସିଥିବା ଯୁବକ ଯୁବତୀ ମାନଙ୍କ ନିମନ୍ତେ ଓଡିଶା ଦକ୍ଷତା ବିକାଶ କତୃପକ୍ଷଙ୍କ ନୁଆ ଓଡିଶା ଯୋଜନା ଅଧୀନରେ ଗତ ୩ ମାସ ହେଲା ଏହି ଯୁବକ ଯୁବତୀ ମାନେ ଦେବଗଡ଼ ଦକ୍ଷତା ବିକାଶ କେନ୍ଦ୍ର ଠାରେ ପ୍ରଶିକ୍ଷଣ ନେଉଥିଲେ । ଏହି ଯୁବକ ଯୁବତୀ ମାନେ ବାଙ୍ଗାଲୋର ର କ୍ରି୍ଏଟିଭ ଇଂଜିନିଅର୍ସ କମ୍ପାନୀ ରେ ନିଯୁକ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କର ଉଜ୍ବଳତମ ଭବିଷ୍ୟତ ଜ଼ିଲ୍ଲାପାଳ ଶ୍ରୀ ସାହୁ କାମନା କରିଥିଲେ । କାର୍ଯ୍ୟକ୍ରମ ରେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,  ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ସାଥି ସୃଷ୍ଟି ଅବିନାଶ ପୁରୀ, କ୍ୟୁଭାନ ସ୍କିଲ ଏମପାୱାରମେଣ୍ଟ ରୁ ପରାଗ ବାନାର୍ଜୀ, କ୍ରି୍ଏଟିଭ ଇଞ୍ଜିନିଅର୍ସ ରୁ ନିଳୟ ମୁଖାର୍ଜୀ, ସୁମି ଭଟ୍ଟାଚାର୍ଯ୍ୟ ଙ୍କ ସମେତ  ନିଯୁକ୍ତି ପାଇଥିବା ଯୁବକ ଯୁବତୀ ଯୋଗ ଦେଇଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer