ବାରହା ଶୀକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟଳି ପଡ଼ିଲା ଦନ୍ତା । ଦେବଗଡ ଫରେଷ୍ଟ ଡିଭିଜନ ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆପାଲି ଗ୍ରାମରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁଯାୟୀ ଆଜି ଭୋର୍ ସକାଳୁ ଗରିଆପାଲି ଗ୍ରାମ୍ଯ ଜଙ୍ଗଲ ମଧ୍ଯରେ ଗୋଟିଏ ଦନ୍ତା ହାତୀର ମୃତଦେହ ପଡି ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ଓ ତୁରନ୍ତ ରିଆମାଳ ରେଞ୍ଜ ଅଧିକାରୀଙ୍କୁ ଏସଂପର୍କରେ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ରିଆମାଳ ରେଞ୍ଜ ଅଧିକାରୀ , ସ୍ଥାନୀୟ ଫରେଷ୍ଟରଙ୍କ ସମେତ ଅନ୍ୟ ବାନକର୍ମଚାରି ମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦନ୍ତାର ଶବ ଉଦ୍ଧାର କରିଛନ୍ତି । ଦନ୍ତାହାତୀର ମୃତଦେହ ନିକଟରେ ବାରହା ଶୀକାର ପାଇଁ ବିଛାଯାଉଥିବା ଆବଶ୍ୟକ ବିଦ୍ୟୁତ ସରଞ୍ଜାମ ଓ ତାର ରହିଥିବାରୁ ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୀର୍ଘଦିନ ହେଲା ସଂପୃକ୍ତ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଦନ୍ତାଟି ରହୁଥିଲା । ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ଆଘାତ ରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ତେବେ ଜଙ୍ଗଲରେ କିଏ ଵାରାହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ଥିଲା ? ସେ ସମ୍ପର୍କରେ ଅଧିକ ତଦନ୍ତ ଜାରିରହିଛି । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁବରଣ କରିଥିବା ଘଟଣା ବନବିଭାଗ ପାଇଁ ଏକପ୍ରକାର ମୁଣ୍ଡବ୍ୟଥାର କାରଣ ହୋଇଛି ।
