Explore

Search
Close this search box.

Search

June 21, 2025 12:52 pm

ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ପ୍ରତିମୂର୍ତ୍ତି , ସମସ୍ତଙ୍କ ପାଇଁ ଅଲୋଡା ହୋଇ ପଡ଼ିରହିଛି ପୌର ପରିଷଦ ପକ୍ଷରୁ ନିର୍ମିତ ‘ସେଲ୍‌ଫି ଜୋନ୍ ।

ଶୋଚନୀୟ ଅବସ୍ଥାରେ ପଡ଼ିଛି ଦେବଗଡ ପୌରାଞ୍ଚଳରେ ନିର୍ମାଣ ହୋଇଥିବା ସେଲଫି ଜୋନ । ଏଠିକାର ପ୍ରତିମୂର୍ତ୍ତି ଓ ଉପକରଣ ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ, ଏହାର ରଙ୍ଗ ଛାଡ଼ିଯାଇ ବିକୃତ ରୂପ ଧାରଣ କଲାଣି । ଲକ୍ଷାଧିକ ଟଙ୍କା ବ୍ୟୟରେ ପୌର ପରିଷଦ ପକ୍ଷରୁ ନିର୍ମିତ ଏହି ସେଲଫି ଜୋନ ଟି ଦିନେ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ, ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆଜି ସମସ୍ତଙ୍କ ପାଇଁ ଯେପରି ଅଲୋଡା ହୋଇ ପଡ଼ିରହିଛି ।

ଦେବଗଡ ସହରକୁ ସୋନ୍ଦର୍ଯ୍ୟକରଣ କରାଯିବା ତଥା ବିଶେଷ କରି ଛାତ୍ରଛତ୍ରୀ ମାନଙ୍କୁ ଆକର୍ଷିତ କରିବା ଲକ୍ଷରେ ଦେବଗଡ ପୌର ପରିଷଦ ପକ୍ଷରୁ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଗତ ୨୦୨୨ ମସିହାରେ ନିର୍ମାଣ କରାଯାଇଥିଲା ଏକ ସେଲଫି ଜୋନ । ଏହି ସେଲଫି ଜୋନ ରେ ବ୍ୟୟ ହୋଇଥିଲା ଲକ୍ଷାଧିକ ଟଙ୍କା । ଏଠାରେ ଯୁବାବର୍ଗ ତଥା ବିଶେଶକରି ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ କିସମର ଶିକ୍ଷା ଉପକରଣ ଲଗାଯିବା ସହ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି ସେଲଫି ଜୋନ ତିକୁ ଗତ ୨୦୨୨ ମସିହା ଅଗଷ୍ଟ ୩୧ ତାରିଖ ଦିନ ସ୍ୱାୟତ୍ତ ଶାସନ ଦିବସ ଅବସରରେ ତତ୍କାଳୀନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ପୌର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଉଦଘାଟନ କରିଥିଲେ । ଏହି ଶେଲଫି ଜୋନଟି ଉଦଘାଟନ ହେବାପରେ ଏଠାରେ ନିଜନିଜ ସେଲଫି ନେବାପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ମାତ୍ର କିଛିଦିନ ଏହାର ଆକର୍ଷଣ ରହିବା ପରେ ରକ୍ଷଣାବେକ୍ଷଣ  ଅଭାବରୁ ଏହା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଏଠାରେ ଲାଗିଥିବା ପ୍ରତିମୂର୍ତ୍ତୀ ଓ ଉପକରଣ ଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ , ଏହାର ରଙ୍ଗ ଛାଡ଼ିଯିବାରୁ ବିକୃତ ରୂପ ଧାରଣ କରିଛି ।  ତେଣୁ ଏଠାରେ ସେଲଫି ନେବାକୁ ଆଉ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଏହା ସମସ୍ତଙ୍କ ପାଇଁ ଏବେ ଅଦରକାରୀ ହୋଇ ପଡ଼ିରହିଛି ।

ପୌର କତ୍ତୃପକ୍ଷ ଏହାର ମରାମତି ଓ ରକ୍ଷଣାବେକ୍ଷଣ କରି ପୁଣିଥରେ ଲୋକଙ୍କ ବ୍ୟବହାର ଉପଯୋଗୀ କରାଇବା ପାଇଁ ପୌରବାସୀ ଦାବି କରିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer