ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବମ୍ପରଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି (୧୪ ତାରିଖ) ଗଙ୍ଗାଧର ମେହେର କ୍ଲବ ଏବଂ ବିଜୁ ଜନତା ଦଳ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ରକ୍ତ ଅଭାବରୁ ଯେଭଳି ଜଣେ ହେଲେ ରୋଗୀ ସମସ୍ୟାର ସମ୍ମୁଖିନ ନହେବେ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ସହିତ ରକ୍ତଦାନ ଏକ ମହତ ଦାନ ବୋଲି ବିଧାୟକ ଶ୍ରୀ ବିଶ୍ଵାଳ କହିଥିଲେ । ସମ୍ମାନୀତ ଅତିଥି ଭାବେ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ବମ୍ପରଡା ସରପଞ୍ଚ ନମିତା ସାହୁ, ରାଜକିଶୋର ସାହୁ, ଦୀପକ ସାହୁ, କୁତାର୍ଥ ସାହୁ, ପଞ୍ଚୁ ସାହୁ, ମୁନା ଗଡନାୟକ, ଝାଡେଶ୍ୱର ପ୍ରଧାନ ପ୍ରମୁଖ ସାମିଲ ହୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଆଜିର ଏହି ଶବିରରେ ୩୧ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ।
