
ଦେବଗଡ ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ।
ଦେବଗଡ ଜିଲ୍ଲାପାଳ କାବିନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଯୋଗ ଦେଇଥିବା ବେଳେ, ବରେଣ୍ୟ ଅତିଥି ଭାବେ DLSA ଅପୂର୍ବା ଚୌଧୁରୀ, Dist Labour Officer ପଦ୍ମାବତୀ ମାରାଣ୍ଡି, ସମ୍ବଲପୁର ଲୋକସଭା ସାଂସଦ ଙ୍କ ପ୍ରତିନିଧି ଅରୁଣ ସାହୁ ଓ ଭାରପ୍ରାପ୍ତ ପୌର ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରମିକ ମାନଙ୍କ ପାଇଁ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।
ଆଜିର ଏହି ପବିତ୍ର ଦିବସ ଅବସରରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୨୦ ଜଣଙ୍କୁ ଶିକ୍ଷା ସହାୟତା ରାଶି ୨୫୧୬୦୦ ଟଙ୍କା, ୨୨ ଜଣଙ୍କୁ ପ୍ରସୂତି କାଳୀନ ସହାୟତା ରାଶି ୨୨୦୦୦୦ ଟଙ୍କା, ୫୩ ଜଣଙ୍କୁ ବିବାହ କାଳୀନ ସହାୟତା ରାଶି ୧୨୩୦୦୦୦୦ ଟଙ୍କା ଓ ୫୨ ଜଣଙ୍କୁ ଶବଦାହ ସହାୟତା ରାଶି ୨୬୦୦୦୦ ଟଙ୍କା, ମୋଟ ୧୫୬୮୧୬୦୦ ଟଙ୍କା ସହାୟତା ରାଶି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ରିଆମାଳ, ବାରକୋଟ ଓ ତିଲେଇବଣି ଆଦି ତିନୋଟି ବ୍ଲକ ରୁ ବହୁସଂଖ୍ୟାରେ ସଂଗଠିତ ଓ ଅଣ ସଂଗଠିତ କାର୍ଯ୍ୟରତ ଶ୍ରମିକ ମାନେ ଉପସ୍ଥିତ ଥିଲେ ।
