Explore

Search
Close this search box.

Search

June 21, 2025 12:52 pm

ମାରୱାଡ଼ି ଯୁବମଞ୍ଚ ଦେବଗଡ ଓ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ରାଞ୍ଚି ତରଫରୁ ନିଶୁଳ୍କ ଦିବ୍ୟାଙ୍ଗ ଶିବିର ଆୟୋଜନ ।

ମାରୱାଡ଼ି ଯୁବମଞ୍ଚ ଦେବଗଡ ଓ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ରାଞ୍ଚି ତରଫରୁ ଆସନ୍ତା ୨୦ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ନିଶୁଳ୍କ ଦିବ୍ୟାଙ୍ଗ ଶିବିର ଆୟୋଜନ କରାଯାଉଛି ।

ଏହି ଶିବିର ଆସନ୍ତା ୨୦ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ।ଦିବ୍ୟାଙ୍ଗ ଙ୍କୁ ସମସ୍ତ କୂତ୍ରିମ ଅଙ୍ଗ ଯଥା କୋଲିପର୍ସ, ହାତ, ଗୋଡ, ବୈଶାଖୀ, ଶ୍ରବଣ ମେସିନ, ଏଲବୋ ଷ୍ଟିକ୍, ୱାକିଂ ଷ୍ଟିକ୍ ଓ ବ୍ଲାଇଣ୍ଡ ଷ୍ଟିକ୍ ଆଦି ବିତରଣ କରାଯିବ । କୂତ୍ରିମ ଅଙ୍ଗ ଓ ଉପକରଣ ନିଶୁଳ୍କ ଭାବେ ଲଗାଇବା ପାଇଁ ଇଛୁକ ବ୍ୟକ୍ତିବିଶେଷ ଙ୍କ ପାଇଁ ଅଗ୍ରୀମ ପଞ୍ଜୀକରଣର ଆବଶ୍ୟକତା ରହିଥିବା ବେଳେ, ଆସନ୍ତା ୨୨ ତାରିଖ ପଞ୍ଜୀକରଣ ପାଇଁ ଶେଷ ତାରିଖ ଧାର୍ଯ୍ୟ ହୋଇଛି ।

ଅନୁଷ୍ଠାନର ସଭାପତି ରାକେଶ ଅଗ୍ରୱାଲ ଓ ସମ୍ପାଦକ ଆକାଶ ଅଗ୍ରୱାଲ ଏହି ଶିବିରର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer