Explore

Search
Close this search box.

Search

June 21, 2025 7:53 am

ଦେବଗଡ ସହରରେ ତାଣ୍ଡବ ରଚିଲା କାଳବୈଶାଖୀ, ଭାଙ୍ଗିଗଲା ଘର, ଉପୁଡ଼ି ପଡ଼ିଲା ବିଦ୍ୟୁତ୍ ପୋଲ ।

ଦେବଗଡ ଜିଲ୍ଲାରେ ତାଣ୍ଡବ ରଚିଲା କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଦେବଗଡ ସହର ଓ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ବହୁ ସଂଖ୍ୟାରେ ଘରଦ୍ୱାର ଓ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ପୋଲ ଉପୁଡ଼ି ପଡ଼ିଛି । ସାରା ସହର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଥପ ହୋଇ ପଡ଼ିଛି ।

ଆଜି ସନ୍ଧ୍ୟା ୫ ଟା ସମୟରେ ଦେବଗଡ ଜିଲ୍ଲାରେ ତାଣ୍ଡବ ରଚିଥିଲା କାଳବୈଶାଖୀ । ପ୍ରାୟ ଏକଘଣ୍ଟା ଧରି ପ୍ରବଳ ବେଗରେ ପବନ ବୋହିବା ସଙ୍ଗକୁ ବର୍ଷା ଓ ଘନଘନ ବଜ୍ରପାତ ଲାଗି ରହିଥିଲା । ଫଳରେ ଦେବଗଡ ସହର ସମେତ କଲଣ୍ଡା, ବଲଣ୍ଡା, ସୁନାମୁଣ୍ଡା, ବଣିଆକିଲିଣ୍ଡା, ପଳସାକୁଦର, ସାମନ୍ତରାପାଲି ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ସଂଖ୍ୟାରେ ବଡବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଥିବା ବେଳେ, ବିଭିନ୍ନ ଅଞ୍ଚଳରେ ବହୁସଂଖ୍ୟାରେ ଘର ଭାଙ୍ଗିରୁଜି ଯାଇଛି । ଅନେକ ବିଦ୍ୟୁତ୍ ପୋଲ ଭାଙ୍ଗି ରାସ୍ତା ଉପରେ ପଡ଼ିରହିଛି । ଫଳରେ ସାରା ସହର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଠପ୍ ହୋଇ ପଡ଼ିଛି । ଅନେକ ରାସ୍ତା ଉପରେ ବଡବଡ ଗଛ ଓ ବିଦ୍ୟୁତ୍ ପୋଲ ଭାଙ୍ଗି ପଡ଼ିଥିବାରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତା ଅବରୋଧ କରିଥିବା ଗଛ ଓ ବିଦ୍ୟୁତ୍ ପୋଲ କୁ ହଟାଇବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ସନ୍ଧ୍ୟା ସମୟ ଥିବାରୁ କାଳବୈଶାଖୀ ଜନିତ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଇ ପାରିନାହିଁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer