Explore

Search
Close this search box.

Search

January 14, 2026 12:52 am

ଦେବଗଡ : ମେଣ୍ଢା ମାଂସ ବିକ୍ରିକୁ ନେଇ ହତ୍ୟାକାଣ୍ଡ । ବାପକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ ।

ଦେବଗଡ଼ ୮/୧୦ – ପୁଅର ଟାଙ୍ଗିଆ ଚୋଟରେ ପ୍ରାଣ ହାରିଲା ବାପ । ହତ୍ୟା କରିବା ପରେ ବାପାଙ୍କ ଶବକୁ ମାଟି ଖୋଳି ‌ପୋତି ଦେଇଥିଲା ନିଷ୍ଠୁର ପୁଅ । ଏଭଳି ଅମାନବୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଔତଳ ଗ୍ରାମରେ ।

ବାପ-ପୁଅ ସଂପର୍କରେ ଲାଗିଲା ଦାଗ । ନିଜର ଜନ୍ମକଲା ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁଅ । ଏପରିକି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ବାପାଙ୍କ ଶବକୁ ମାଟି ଖୋଳି ‌ପୋତି ଦେଇଥିଲା ପିଶାଚ ପୁଅ । ଏଭଳି ଅମାନବୀୟ ଘଟଣା ଘଟିଛି ବାରକୋଟ ଥାନା ଅନ୍ତର୍ଗତ ଔତଳ ଗ୍ରାମରେ। ମୃତକ ବାପା ହେଲେ ସେହି ଗ୍ରାମର ବଳଭଦ୍ର ବେହେରା (୬୫)। ଘଟଣା ସଂପର୍କରେ ସୂଚନା ପାଇ ବାରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅ ହୃଦାନନ୍ଦଙ୍କୁ ଅଟକ ପୁଲିସ ଅଧିକ ତଦନ୍ତ ଚଳାଇଛି ।


ସୂଚନା ଅନୁଯାୟୀ, ଆଜି ସକାଳେ ମେଣ୍ଢା ମାଂସ ବିକ୍ରି କରିବା ପାଇଁ ହୃଦାନନ୍ଦ ନେଉଥିଲା । ବାପା ବଳଭଦ୍ର ମେଣ୍ଢା ମାଂସ ବିକ୍ରି ପାଇଁ ପୁଅ ହୃଦାନନ୍ଦକୁ ବାରଣ କରିଥିଲେ । ଉକ୍ତ ଘଟଣାକୁ ନେଇ ବଳଭଦ୍ର ଓ ହୃଦାନନ୍ଦ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ହୃଦାନନ୍ଦ ଟାଙ୍ଗିଆ ସାହାର୍ଯ୍ୟରେ ବାପା ବଳଭଦ୍ରଙ୍କ ହାଣି ହତ୍ୟା କରିଥିଲା । ଘଟଣାସ୍ଥଳରେ ହିଁ ବଳଭଦ୍ରଙ୍କ ମୃତ୍ୟୁ ଘଟିଥିଲା ।  ତେବେ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ପୁଅ ହୃଦାନନ୍ଦ ବାପାଙ୍କ ମୃତଦେହକୁ ମାଟି ଖୋଳି ପୋତି ଦେଇଥିଲା।

ସ୍ଥାନୀୟ ଗ୍ରାମବାସୀ ଏନେଇ ଆଜି ବାରକୋଟ ଥାନା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ହତ୍ୟା ଏବଂ ଶବ ପୋତିବାରେ ବ୍ୟବହୃତ ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer