Explore

Search
Close this search box.

Search

April 17, 2026 2:04 pm

ଦେବଗଡ : ଜନ୍ତୁ ଶିକାର ପାଇଁ ଚାଲିଥିଲା ପ୍ରସ୍ତୁତି, ମାଡ଼ିବସିଲା ବନବିଭାଗ, ଶିକାରୀ ଗିରଫ ।

ମହଙ୍ଗା ପଡ଼ିଲା ଜଙ୍ଗଲରେ ଜନ୍ତୁ ଶିକାର । ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀକୁ ଗିରଫ କଲା ବନବିଭାଗ । ବାଇକ ସମେତ ଶିକାର ସରଞ୍ଜାମ ଜବତ ।

ଦେବଗଡ଼ ୧୯/୯ – ଦେବଗଡ ରେଞ୍ଜ ଅଧୀନ ସୁନାମୁଣ୍ଡ ଗ୍ରାମରେ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ଆଜି ଜଣେ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବଗଡ ଥାନାଞ୍ଚଳର ନୂଆଭୂଇଁ ଗ୍ରାମର ସୁନୀଲ ସାହୁ(୨୬)। ଏହାସହିତ ତାଙ୍କ ନିକଟରୁ ବାଇକ ସହ ଜିଆଇ ତାର,କାଚ ବୋତଲ ଏବଂ ହୁକିଂ ଷ୍ଟିକ ଆଦି ଉପକରଣ ଜବତ କରାଯାଇଛି ।ଜନ୍ତୁ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ । ସୂଚନା ଅନୁଯାୟୀ,ଗତକାଲି ରାତିରେ ବନବିଭାଗର କର୍ମଚାରୀମାନେ ଉକ୍ତ ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛା ଯାଇଥିବା ଦେଖିବାକୁ ପାଇଥିଲେ। ତେବେ ଘଟଣା ସ୍ଥଳରେ ବନବିଭାଗର କର୍ମଚାରୀମାନେ ସୁନୀଲକୁ କାବୁ କରିଥିବା ବେଳେ ଆଉ କିଛି ଯୁବକ ସେଠାରୁ ଫେରାର ମାରିଥିଲେ।

ତଦନ୍ତ ସମୟରେ ସୁନୀଲ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଇଥିବା ଜଣା ପଡିଥିଲା। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer