Explore

Search
Close this search box.

Search

January 14, 2026 12:53 am

ଦେବଗଡ : ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଚାଲିଛି ସାଇବର ସୁରକ୍ଷା ସଚେତନତା ଅଭିଯାନ ।

ଡିଜିଟାଲ ଯୁଗରେ ଟେକ୍ନୋଲୋଜି ଯେତିକି ଆଗେଇ ଚାଲିଛି, ସେଭଳି ବୃଦ୍ଧିପାଇବାରେ ଲାଗିଛି ସାଇବର ଅପରାଧ । ଲୋକଙ୍କୁ ଠକିବା ପାଇଁ ସାଇବର ଅପରାଧି ମାନେ ନୂଆଁ ନୂଆଁ କୌଶଳ ଅବଲମ୍ବନ କରୁଛନ୍ତି ।

ଦେବଗଡ଼ ୮/୧୧ (ସରୋଜ ଶତପଥୀ) – ଡିଜିଟାଲ୍ ଯୁଗରେ ଯେତେବେଳେ ଲୋକମାନେ ଦିନକୁ ଦିନ ଅନଲାଇନ୍ ଯୋଗାଯୋଗ ଓ ଟ୍ରାଞ୍ଜାକସନ୍ ଉପରେ ନିର୍ଭରଶୀଳ ହେଉଛନ୍ତି, ସେତେବେଳେ ସାଇବର ଅପରାଧି ମାନେ ନିଜ ନୂଆ ନୂଆ ଉପାୟ ଆବିଷ୍କାର କରୁଛନ୍ତି। ମୋବାଇଲ୍ ଫୋନ୍, ସୋସିଆଲ୍ ମିଡିଆ ଓ ବ୍ୟାଙ୍କିଂ ଆପ୍ ମାଧ୍ୟମରେ ଠକେଇ ଚାଳିଥିବା ଘଟଣା ଦିନକୁ ଦିନ ବଢ଼ୁଛି। ସାଧାରଣ ଲୋକଙ୍କୁ ଲକ୍ଷ କରି, ଠକମାନେ ନିଜକୁ ପୋଲିସ, ବ୍ୟାଙ୍କ ଅଧିକାରୀ, କୋରିଅର୍ ଏଜେଣ୍ଟ ଭାବେ ପରିଚୟ ଦେଇ ମିଥ୍ୟା ଗିରଫ ଧମକ, ନିବେଶ ଲାଭ କିମ୍ବା ଲୋନ୍ ଅଫର୍ ଦେଇ ଟଙ୍କା ଠକୁଛନ୍ତି। ବହୁଲୋକ ସାଇବର ଠକାମୀ ର ଶିକାର ହୋଇ ସର୍ବହରା ଓ ମାନସିକ ଚାପଗ୍ରସ୍ତ ହେଉଛନ୍ତି ।

ଏହି କ୍ରମରେ ଦେବଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ସାରା ଜିଲ୍ଲାରେ “Cyber Safety Awareness Campaign – 2025” ଅଭିଯାନ ଜୋରଦାର ଭାବରେ ଚାଲିଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସାଇବର ଠକେଇ, ଅନଲାଇନ୍ ଅପରାଧ ଓ ଡିଜିଟାଲ୍ ଅପରାଧୀ ମାନଙ୍କ ଚକ୍ରନ୍ତ ଠାରୁ ସଚେତନ କରିବା। ପୋଲିସ ଅଧିକାରୀ ମାନେ ଜିଲ୍ଲା ସଦର ମହକୁମା ସମେତ ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକ ଅଞ୍ଚଳକୁ ଯାଇ ସାଇବର ସୁରକ୍ଷା ସମ୍ପର୍କିତ ପୋଷ୍ଟର, ଲିଫଲେଟ୍ ବିତରଣ କରିବା ସହିତ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି।

ତେବେ ଆସନ୍ତୁ ଜାଣିବା ସାଇବର ଠକେଇର ମୁଖ୍ୟ ରୂପଗୁଡ଼ିକ :

୧. ଡିଜିଟାଲ୍ ଆରେଷ୍ଟ ଠକେଇ : ଠକମାନେ ନିଜକୁ CBI କିମ୍ବା ପୋଲିସ ଅଧିକାରୀ କୁହି ଭିଡିଓ କଲ୍ ମାଧ୍ୟମରେ ଟଙ୍କା ଦାବି କରନ୍ତି।
୨. ନିବେଶ ଓ ଟ୍ରେଡିଂ ଠକେଇ : ନକଲି ଟ୍ରେଡିଂ ଆପ୍ ଓ ଗ୍ରୁପ୍ ମାଧ୍ୟମରେ ଲୋକଙ୍କୁ ଲାଭର ଲୋଭ ଦେଇ ଠକାଯାଉଛି।
୩. ପାର୍ସଲ୍/କଷ୍ଟମ୍ ଠକେଇ : ନକଲି କଷ୍ଟମ୍ ଅଧିକାରୀ କୁହି “ପାର୍ସଲ୍ କ୍ଲିୟରାନ୍ସ ଫି” ନାମରେ ଟଙ୍କା ଠକାଯାଉଛି।
୪. ସେକ୍ସଟୋର୍ସନ୍ ଫାନ୍ଦ : ଗୁପ୍ତ ଭିଡିଓ ରେକର୍ଡ କରି ଟଙ୍କା ଦାବି କରାଯାଉଛି।
୫. ନଜଲି ଋଣ ଆପ୍ ଠକେଇ : ଲୋନ୍ ଦେବା ନାମରେ ଫୋନ୍ କଣ୍ଟାକ୍ଟ ହାସଲ କରି ବ୍ଲାକମେଲ୍ କରାଯାଉଛି।
୬. OTP ଠକେଇ : ବ୍ୟାଙ୍କ ଅଧିକାରୀ ବୋଲି OTP ନେଇ ଆକାଉଣ୍ଟ ଖାଲି କରାଯାଉଛି।
୭. ଅନଲାଇନ୍ ଚାକିରି ଠକେଇ : “ସୁରକ୍ଷା ଜମା” ନାମରେ ଟଙ୍କା ମାଗି ଅଦୃଶ୍ୟ ହୋଇଯାଉଛନ୍ତି।
୮. ଇ-କମର୍ସ ରିଫଣ୍ଡ ଠକେଇ : ରିଫଣ୍ଡ ଅଫର୍ ନାମରେ ନକଲି ଲିଙ୍କ୍ ପଠାଯାଉଛି।

ସାଇବର ସୁରକ୍ଷା ପାଇଁ ଆବଶ୍ୟକ ସାବଧାନତା :

୧. OTP, PIN ଓ ବ୍ୟାଙ୍କିଂ ପାସୱାର୍ଡ କେବେବି ସେୟାର କରନ୍ତୁ ନାହିଁ।
୨. ସନ୍ଦେହଜନକ ଲିଙ୍କ୍ କିମ୍ବା ଅଜଣା ଫାଇଲ୍ ଖୋଲନ୍ତୁ ନାହିଁ।

୩. ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ 2FA ସକ୍ଷମ କରନ୍ତୁ।

୪. ଆପ୍ ଏବଂ ଆଣ୍ଟିଭାଇରସ୍ ସଫ୍ଟୱେର ସଦା ଅପଡେଟ୍ ରଖନ୍ତୁ।

୫. ବ୍ୟାଙ୍କ ଟ୍ରାଞ୍ଜାକସନ୍ ଆଲର୍ଟ ସକ୍ଷମ କରନ୍ତୁ ଏବଂ ନିୟମିତ ଯାଞ୍ଚ କରନ୍ତୁ।

୬. ସୋସିଆଲ୍ ମିଡିଆରେ ବ୍ୟକ୍ତିଗତ ତଥ୍ୟ ସୀମିତ ରଖନ୍ତୁ।

୭. ସରକାର, ବ୍ୟାଙ୍କ କିମ୍ବା ପୋଲିସ କେବେବି OTP କିମ୍ବା ଟଙ୍କା ଚାହିଁନାହାନ୍ତି — ଏହା ଠକେଇ ହୋଇପାରେ।

୮. ଭେରିଫାଏଡ୍ ୱେବସାଇଟରୁ ମାତ୍ର ସପିଂ କରନ୍ତୁ।

ପୋଲିସର ପରାମର୍ଶ:

ଯଦି କୌଣସି ସନ୍ଦେହଜନକ କଲ୍ କିମ୍ବା ମେସେଜ୍ ଆସେ, ତେବେ ତୁରନ୍ତ 1930 ନମ୍ବରକୁ କଲ୍ କରନ୍ତୁ କିମ୍ବା www.cybercrime.gov.in ରେ ଅଭିଯୋଗ କରନ୍ତୁ।

ସାଇବର ସୁରକ୍ଷା ଆପଣଙ୍କ ହାତରେ – ସତର୍କ ରୁହନ୍ତୁ, ଠକେଇ ଠାରୁ ନିଜକୁ ରକ୍ଷା କରନ୍ତୁ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer