Explore

Search
Close this search box.

Search

January 14, 2026 12:52 am

ଦେବଗଡ : ୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବାମଣ୍ଡା କ୍ରିକେଟ୍ କ୍ଲବ, ଦେବଗଡ଼ କୁ ପରାସ୍ତ କରି ଅରୁଣୋଦୟ ରାଞ୍ଚି ଫାଇଟର୍ସ, ରାଞ୍ଚି ବିଜୟୀ ।

୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବାମଣ୍ଡା କ୍ରିକେଟ୍ କ୍ଲବ ,ଦେବଗଡ଼ କୁ ପରାସ୍ତ କରି ଅରୁଣୋଦୟ ରାଞ୍ଚି ଫାଇଟର୍ସ, ରାଞ୍ଚି ବିଜୟୀ ।

ଦେବଗଡ଼ ୨୫/୧୨ – ସ୍ଥାନୀୟ ଇନ୍ଦିରାଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଗ୍ରୁପ୍ ବି ର ପ୍ରଥମ ମ୍ୟାଚ ବାମଣ୍ଡା କ୍ରିକେଟ୍ କ୍ଲବ ,ଦେବଗଡ଼ ବନାମ ଅରୁଣୋଦୟ ରାଞ୍ଚି ଫାଇଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିକାର ମ୍ୟାଚ୍ ରେ ଦେବଗଡ଼ କୁ ୪ ୱିକେଟ୍ ପରାସ୍ତ କରି ରାଞ୍ଚି ଦଳ ବିଜୟୀ ହେଇ ସେମି ଫାଇନାଲ କୁ ପ୍ରବେଶ କରିଛି।

ଦେବଗଡ଼ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮.୨ ଓଭର୍ ରେ ସମସ୍ତ ୱିକେଟ୍ ହରାଇ ୧୪୮ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୌମ୍ୟ ରଞ୍ଜନ ଭଞ୍ଜ ୩୦, ଶ୍ରେୟାଂଶ ଆଚାର୍ଯ୍ୟ ୨୯ ରନ କରିଥିବା ବେଳେ ରାଞ୍ଚି ଦଳ ର ଭିକ୍ରମ୍ ଯାଦବ ୫ ଟି ୱିକେଟ ନେଇଥିଲେ। ଏହାର ଜବାବ ରେ ରାଞ୍ଚି ଦଳ ବ୍ୟାଟିଂ ଆରମ୍ଭ କରି ୧୯.୧ ଓଭର ରେ ୬ ଉଇକେଟ ହରାଇ ୧୫୧ ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ପର୍ଦୁମ୍ କୁମାର ୭୧ ଓ ଶ୍ୟାମ ଶର୍ମା ୨୨ ରନ୍ ସଂଗ୍ରହ କରିଥିଲା ବେଳେ ଦେବଗଡ଼ ଦଳର ଲିପୁ ନାୟକ ଓ ରୁଦ୍ର ନାରାୟଣ ଭଞ୍ଜ ୨ଟି ଲେଖାଏଁ ଉଇକେଟ ନେଇଥିଲେ ।ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରିତିକ୍ ଦେହୁରୀ ଓ ଅମନ୍ ସିଂହ ଏବଂ ବେଣୁଧର ଗଡନାଏକ ଓ ଦିଲୁ ଦସଭାୟା ଧାରାବିବରଣି ପ୍ରଦାନ କରିଥିଲେ ।ଆଜିର ମ୍ୟାଚରେ ରାଞ୍ଚି ଦଳର ଭିକ୍ରମ ଯାଦବ ଙ୍କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା ।ଆଜି ଖେଳ କୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗ ଦେଇ ଖେଳାଳି ଙ୍କ ସହିତ କରମର୍ଦ୍ଧନ କରିବା ସହ ଉଦଘାଟନ କରିଥିଲେ।
ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ତିଳେଇବଣି ବ୍ଳକ ଅଧକ୍ଷା ବୃନ୍ଦାବତୀ ଭୋଇ , ଉପାଧ୍ୟକ୍ଷା ଆରତୀ ପ୍ରଧାନ, , ସାଂସଦ ଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ ,ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଅତିଥୀ ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

ବାମଣ୍ଡା କ୍ରିକେଟ କ୍ଲବର ଉପ ସଭାପତି ଅଶୋକ କୁମାର ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ କୁମାର ପ୍ରଧାନ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ସମସ୍ତ ସଦସ୍ୟ ଙ୍କ ସକ୍ରିୟ ସହଯୋଗ ରେ ଖେଳ ଅନୁଷ୍ଠିତ ହୋଇଥିଲା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer