ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅରୁଣୋଦୟ ରାଞ୍ଚି ଫାଇଟର୍ କୁ ପରାସ୍ତ କରି ୟୁନିଅନ୍ ସ୍ପୋର୍ଟିଂ କଟକ ଫାଇନାଲ ରେ ପ୍ରବେଶ ।
ଦେବଗଡ଼ ୨୭/୧୨ – ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ଅରୁଣୋଦୟ ରାଞ୍ଚି ଫାଇଟର୍ ବନାମ ୟୁନିଅନ୍ ସ୍ପୋର୍ଟିଂ କଟକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜିକାର ମ୍ୟାଚ୍ ରେ ରାଞ୍ଚି ଦଳ କୁ ୧୫୯ ରନ୍ ରେ ପରାସ୍ତ କରି କଟକ ଫାଇନାଲ ରେ ପ୍ରବେଶ କରିଛି।
ରାଞ୍ଚି ଦଳ ଟସ୍ ଜିତି କଟକ ଦଳ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା,। କଟକ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ୪ ୱିକେଟ୍ ହରାଇ ୨୪୫ ରନ୍ କରିଥିଲା । ଦଳ ପକ୍ଷରୁ ବିଶ୍ୱଜିତ୍ ପ୍ରଧାନ ଅପରାଜିତ ୧୦୦ ଓ ରାଜୀବ ଲୋଚନ ସାହୁ ୯୦ ରନ କରିଥିବା ବେଳେ ରାଞ୍ଚି ଦଳର ଅରୁଣ ଯାଦବ ୨ଟି ୱିକେଟ ନେଇଥିଲେ। ଏହାର ଜବାବ ରେ ରାଞ୍ଚି ଦଳ ବ୍ୟାଟିଂ କରି ୧୩.୫ ଓଭର ରେ ସମସ୍ତ ଉଇକେଟ ହରାଇ ୮୬ ରନ କରି ପରାଜୟ ହୋଇଥିଲେ । ଦଳ ପକ୍ଷରୁ ରାହୁଲ ମାହାତ ୨୯ ଓ ପର୍ଦୁମ୍ କୁମାର୍ ୨୨ ରନ୍ ସଂଗ୍ରହ କରିଥିଲା ବେଳେ କଟକ ଦଳର ଗଣେଶ ତମାର ୪ଟି ଓ ଅଧିନାୟକ ସୌରଭ କାନୋଜିଆ ୩ଟି ଉଇକେଟ ନେଇଥିଲେ ।
ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଏକ ଓ ଦିଲୁ ଦସଭାୟା ଧାରାବିବରଣି ପ୍ରଦାନ କରିଥିଲେ ।।ଆଜିର ମ୍ୟାଚରେ କଟକ ଦଳର ବିଶ୍ୱଜିତ୍ ପ୍ରଧାନ ଙ୍କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା ।ଆଜି ଖେଳ କୁ କାଉନସିଲର ସଂଯୁକ୍ତା ଆଚାର୍ଯ୍ୟ ଓ ବାସନ୍ତୀ ମାଝୀ ଯୋଗ ଦେଇ ଖେଳାଳି ଙ୍କ ସହିତ କରମର୍ଦ୍ଧନ କରିବା ସହ ଉଦଘାଟନ କରିଥିଲେ।

ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ , ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ସତ୍ୟ ନାରାୟଣ ପାଣି ଓ ଯୁବ ନେତା ଭୋଳେସ୍ଵର ପ୍ରଧାନ ଅତିଥୀ ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ବାମଣ୍ଡା କ୍ରିକେଟ କ୍ଲବର ଉପ ସଭାପତି ଅଶୋକ କୁମାର ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ କୁମାର ପ୍ରଧାନ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ସମସ୍ତ ସଦସ୍ୟ ଙ୍କ ସକ୍ରିୟ ସହଯୋଗ ରେ ଖେଳ ଅନୁଷ୍ଠିତ ହୋଇଥିଲା ।



