Explore

Search
Close this search box.

Search

January 14, 2026 12:52 am

ଦେବଗଡ : ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୟୁନିଅନ୍ ସ୍ପୋର୍ଟିଂ କଟକ ଚମ୍ପିୟାନ ।

୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୟୁନିଅନ୍ ସ୍ପୋର୍ଟିଂ କଟକ ଚମ୍ପିୟାନ । ଆଜିକାର ଫାଇନାଲ ମ୍ୟାଚ୍ ରେ ରାଉରକେଲା ଦଳକୁ ୱିକେଟ୍ ରେ ପରାସ୍ତ କରି କଟକ ଦଳ ଚମ୍ପିୟାନ ହୋଇଛି ।

ଦେବଗଡ଼ ୨୮/୧୨ – ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୫ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଫାଇନାଲ ମ୍ୟାଚ୍ ଏ. ଏସ. ଏକାଡେମୀ ରାଉରକେଲା ବନାମ ୟୁନିଅନ୍ ସ୍ପୋର୍ଟିଂ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଆଜିକାର ଫାଇନାଲ ମ୍ୟାଚ୍ ରେ ରାଉରକେଲା ଦଳକୁ ୱିକେଟ୍ ରେ ପରାସ୍ତ କରି କଟକ ଦଳ ଚମ୍ପିୟାନ ହୋଇଛି । ରାଉରକେଲା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ ରୁ ୧୯.୫ ଓଭର୍ ରେ ସମସ୍ତ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା । ଦଳ ପକ୍ଷରୁ ଉମେଶ ଗୌତମ ୨୮ ଓ ୱାଲ୍ଟର ଟୋପୋ ୨୩ ରନ କରିଥିବା ବେଳେ କଟକ ଦଳର ବିଶ୍ୱଜିତ୍ ପ୍ରଧାନ ୪ଟି, ତାପସ ରାଉତ ଓ ଶୁଭମ୍ ପ୍ରିୟଦର୍ଶୀ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏହାର ଜବାବ ରେ କଟକ ଦଳ ବ୍ୟାଟିଂ କରି ୧୭ ଓଭର ରେ ୫ଟି ୱିକେଟ୍ ହରାଇ ୧୩୦ ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ବିଶ୍ୱଜିତ୍ ପ୍ରଧାନ ସର୍ବାଧିକ ୬୨ ଓ ତାପସ କୁମାର୍ ରାଉତ ୨୯ ରନ୍ ସଂଗ୍ରହ କରିଥିଲା ବେଳେ, ରାଉରକେଲା ଦଳର ଶିଭମ୍ କ୍ରିଷ୍ଣା ଓ ୱାଲଟର ଟୋପ୍ପୋ ୨ଟି ଲେଖାଏଁ ଉଇକେଟ ନେଇଥିଲେ ।


ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ଅମନ୍ ସିଂ ଏବଂ ବେଣୁଧର ଗଡନାଏକ, ନଗେନ୍ଦ୍ର କୁମାର ନାଥ ଓ ଦିଲୁ ଦସଭାୟା ଧାରାବିବରଣି ପ୍ରଦାନ କରିଥିଲେ ।। କଟକ ଦଳର ବିଶ୍ୱଜିତ୍ ପ୍ରଧାନ ଙ୍କୁ ମେନ୍ ଅଫ ଦି ମ୍ୟାଚ୍ମେନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ , କଟକ ଦଳର ଗଣେଶ ତମାର ଙ୍କୁ ବେଷ୍ଟ ବୋଲର , କଟକ ଦଳର ରାଜୀବ ଲୋଚନ ସାହୁ ଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ଦେବଗଡ଼ ଦଳ ର ଦୁଷ୍ମନ୍ତ ସାହୁ ଙ୍କୁ ବେଷ୍ଟ ଫିଲଡର ଭାବେ ପୁରସ୍କୃତ କରାଯାଇଥିଲା ।

ପୁରସ୍କାର ବିତରଣୀ ଉତ୍ସବରେ ରାଜ୍ୟ ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଏବଂ ସଂମାନିତ ଅତିଥୀ ଭାବେ ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜ ଲୋଚନ ମହାନ୍ତି , କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚମ୍ପିୟାନ ଦଳ କୁ ଟ୍ରଫି ସହିତ ନଗଦ ୭୧ ହଜାର ଏବଂ ଉପ ବିଜେତା ଦଳକୁ ଟ୍ରଫି ସହିତ ନଗଦ ୫୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇ ଥିଲା ।

ବାମଣ୍ଡା କ୍ରିକେଟ କ୍ଲବର ସଭାପତି ପ୍ରଣବ ପ୍ରଧାନ ଙ୍କ ସଭାପତିତ୍ୱ ଏବଂ ଉପ ସଭାପତି ଅଶୋକ କୁମାର ନନ୍ଦ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉତ୍ସବରେ ରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରସ୍କାର ପ୍ରଦାନ ଉତ୍ସବରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ , ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ ଭୋଜ, ଉପଦେଷ୍ଟା ନବୀନ କୁମାର ପାଣି ମଞ୍ଚାସୀନ ଥିଲେ। କ୍ଲବର ସମସ୍ତ ସଦସ୍ୟ ଙ୍କ ସକ୍ରିୟ ସହଯୋଗ ରେ ସାତ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer